ଭାରସାମ୍ୟ ହରାଇ ଖାଇକୁ ଖସିଲା ସ୍କୁଲ୍ ବସ୍, ୮ ମୃତ

Published By : Prameya-News7 Bureau | August 06, 2019 IST

ଡେରାଡୁନ ୬|୮: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ତେହରି ଗରଓ୍ବାଲ ଜିଲ୍ଲା କଂଶଲିରେ ଭାରସାମ୍ୟ ହରାଇ ଖାଇକୁ ଓଲଟିପଡିଛି ସ୍କୁଲ ବସ୍ । ଦୁର୍ଘଟଣା ଫଳରେ ୭ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ବସ୍ ଟି ୧୮ଜଣଙ୍କ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଜଣାପଡିଛି ।

ଘଟଣା ସଂପର୍କରେ ଜଣାପଡିବା ପରେ ଘଟଣାସ୍ଥଳରେ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.