ପୋଖରୀ ଭିତରକୁ ଓଲଟି ପଡିଲା ସ୍କୁଲ୍ ଭ୍ୟାନ୍ ; ୮ ଛାତ୍ରଛାତ୍ରୀ ଆହତ

Published By : Prameya-News7 Bureau | March 06, 2019 IST

ଆନନ୍ଦପୁର ୬|୩ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଅନ୍ତର୍ଗତ ଜମ୍ବିରା ଗାଁ ନିକଟରେ ଏକ ସ୍କୁଲଭ୍ୟାନ୍ ରାସ୍ତା ତଳକୁ ଖସି ଏକ ପୋଖରୀ ଭିତରେ ଓଲଟି ପଡିଛି। ଦୁର୍ଘଟଣା ଫଳରେ ଭ୍ୟାନ୍ ରେ ଥିବା ୮ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇିଥିବାବଳେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

{"id":91009}

ସଂପୃକ୍ତ ସ୍କୁଲ ଭ୍ୟାନଟି ସ୍ଥାନୀୟ ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କୁ ନେଇ ନନ୍ଦିପଦା ଥାନା ଅନ୍ତର୍ଗତ ଚଣ୍ଡୀବିରଞ୍ଚିପୁରଠାରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲକୁ ଯାଉଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏଭଳି ର୍ଦୁଘଟଣା ଘଟିଲା ସେ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.