Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନବୀନ, ମମତାଙ୍କ ସମେତ ୮ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ନାହିଁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ, କାରଣ କ’ଣ ଜାଣନ୍ତୁ

30/05/2019 at 5:14 PM

ଭୁବନେଶ୍ବର ୩୦|୫: ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତାଜପୋଷିର ସମୟ । ଏମିତିରେ ମୋଦିଙ୍କ ଖାସ୍‌ ମେହମାନ୍‌ଙ୍କ ତାଲିକା ଖୁବ୍‌ ଲମ୍ବା ।  ସମାରୋହରେ ବିମ୍‌ଷ୍ଟେକ୍‌ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହ ଦେଶର ଅନେକ ନାମିଦାମୀ ହସ୍ତି ମଧ୍ୟ ଯୋଗ ଦେଉଛନ୍ତି । ହେଲେ ଯୋଗ ଦେଉନାହାନ୍ତି ନବୀନ, ମମତାଙ୍କ ସମେତ ୮ରାଜ୍ୟର ମୁଖ୍ୟମନ୍ତ୍ରୀ ।…..

ଆରମ୍ଭ ହେବାକୁ ଯାଉଛି ମୋଦିଙ୍କ ଦମଦାର୍‌ ସେକେଣ୍ଡ ଇନିଂସ୍‌ । ପ୍ରଥମ ଥର ଅପେକ୍ଷା ଅଧିକ ଆସନ, ଅଧିକ ସମର୍ଥନ, ପ୍ରଚଣ୍ଡ ବହୁମତ । ଏମିତିରେ ଫିର୍‌ ଏକ୍‌ ବାର ମୋଦି ସରକାର ସ୍ବପ୍ନ ଯେତେବେଳେ ସାକାର ହୋଇଛି ସେତେବେଳେ ଶପଥ ଗ୍ରହଣ ସମାବେଶ ବି ସେତିକି ସାନ୍‌ଦାର୍‌ ହେବାକୁ ଯାଉଛି । ମୋଦିଙ୍କ ନୂଆ ଟିମ୍‌ର ଶପଥ  ସମାରୋହରେ ମେହମାନ୍‌ଙ୍କ ତାଲିକା ବି ଖୁବ୍‌ ଲମ୍ବା । ୨୦୧୪ରେ ସାର୍କ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିଙ୍କୁ ଡକାଯାଇଥିଲା, ଏଥର କିନ୍ତୁ ଇନ୍‌ଭାଇଟ୍‌ ହୋଇଛନ୍ତି ବିମ୍‌ସ୍‌ଟେକ୍‌ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷ । ଯେଉଁଥିରେ ସାମିଲ ଅଛନ୍ତି ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, ଭୁଟାନ୍‌, ନେପାଲ, ବାଂଲାଦେଶ ଭଳି ଦେଶ । ଏହା ଛଡ଼ା ମରିସିୟସ୍‌ର ପ୍ରଧାନମନ୍ତ୍ରୀ ଏବଂ କିର୍ଗିଜ୍‌ ଗଣରାଜ୍ୟର ରାଷ୍ଟ୍ରପତି ମଧ୍ୟ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ଭାରତର ସବୁ ରାଜ୍ୟର ଗୃହମନ୍ତ୍ରୀ, ରାଜ୍ୟପାଳ ଏବଂ ନେତାଙ୍କ ପ୍ରତିନିଧି ବି ଏଥିରେ ସାମିଲ ହେବେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏହି ସମାରୋହରେ ଉପସ୍ଥିତ ହେବେ । ହେଲେ କେଉଁମାନେ ଯୋଗ ଦେଉନାହାନ୍ତି ସେମାନଙ୍କୁ ବି ଦେଖିବାକୁ ପଡ଼ିବ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୯ରେ ଓଡ଼ିଶାରେ ଶପଥ ନେଇଛି ନୂଆ ସରକାର । ଏମିତିରେ ନବୀନ ନିଜ କାମରେ ବ୍ୟସ୍ତ ଅଛନ୍ତି । ହେଲେ ବ୍ୟସ୍ତ ନଥିଲେ ବି ବାସ୍ତବତାକୁ ନଜର ଅନ୍ଦାଜ୍‌ କରିବା ମୁଡ୍‌ରେ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଥମରୁ ଶପଥ ସମାରୋହରେ ଯୋଗଦେବାକୁ ହଁ କରିଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ମୋଦିଙ୍କୁ ‘ସରି’ କହିଛନ୍ତି ମମତା । ପଶ୍ଚିମବଂଗ ନିର୍ବାଚନୀ ହିଂସାରେ ଜୀବନ ହରାଇଥିବା ୫୪ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାରକୁ ଶପଥ ସମାରୋହକୁ ନିମନ୍ତ୍ରଣକୁ  ଦେଖି ମୁଡ୍‌ ବଦଳାଇଛନ୍ତି ମମତା ।

ସେହିଭଳି ନିଜର କାର୍ଯ୍ୟବ୍ୟସ୍ତତାତର ଆଳ ଦେଖାଇ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଶପଥ ସମାରୋହ ଠାରୁ ନିଜକୁ ଦୂରେଇ ରଖିବାକୁ ଚାହିଁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମିରିନ୍ଦର ସିଂହ, କେରଳ ମୁଖ୍ୟମନ୍ତ୍ରୀ  ପିନାରାଇ ବିଜୟନ୍‌,  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ଆନ୍ଧ୍ର ପ୍ରଦେଶର ନୂଆ  ମୁଖ୍ୟମନ୍ତ୍ରୀ ଓ୍ବାଏସ୍‌ ଜଗନମୋହନ ରେଡ୍ଡୀ , ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ  ଏବଂ ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଜୋରମ୍‌ଥାଙ୍ଗା ।  ଏମାନଙ୍କ ଭିତରୁ କେବଳ ମିଜୋରାମ୍‌କୁ ଛାଡ଼ିଦେଲେ ବାକି ୭ ରାଜ୍ୟରେ ଅଣ ବିଜେପି ସରକାର ରହିଛି । ତେବେ ସମାରୋହରେ ସାମିଲ ହେବାକୁ ହଁ ଭରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । 

   Related Posts