Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା, ସରପଞ୍ଚ ବଢ଼ାଇଲେ ସାହାଯ୍ୟର ହାତ

4/03/2021 at 8:58 PM

ରାଇରଙ୍ଗପୁର, ୦୪/୦୩: ଅଗ୍ନିକାଣ୍ଡ ଘଟି ଆଠ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ବାଘିଆ ଗ୍ରାମରେ ଏପରି ଅଗ୍ନିକାଣ୍ଡ ଘଟିଛି । ତେବେ ଉକ୍ତ ଗ୍ରାମର ତିନି ଭାଇ ରାମ ପୂର୍ତ୍ତି, ରଥ ପୁର୍ତ୍ତି ଓ ମଙ୍ଗୁଳୁ ପୁର୍ତ୍ତିଙ୍କର ୮ ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଘଟଣା ଅନୁସାରେ, ଘରେ କେହି ନଥିବାବେଳେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ୮ ବଖରା ଚାଳଘର ସହିତ ସମସ୍ତ ଆସବାବପତ୍ର, ଟଙ୍କା-ପଇସା, ପାଖାପାଖି ୩୫ କୁଇଣ୍ଟାଲ ଧାନ, ଛୁଆ ପିଲା ମାନଙ୍କ ସାର୍ଟିଫିକେଟ ଜଳି ଭଷ୍ମିଭୂତ ହୋଇ ଯାଇଥିଲା ।

ସେପଟେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଖବର ପାଇ ସ୍ଥାନୀୟ ଆରଆଇ ଓ ତହସିଲଦାର ପହଞ୍ଚି ବାସହରା ପରିବାରଙ୍କୁ ଗାଁ ସ୍କୁଲରେ ଅସ୍ଥାୟୀ ବାସଗୃହ ଯୋଗାଇ ଦେଇଥିଲେ ଏବଂ ସ୍ଥାନୀୟ ସରପଞ୍ଚ ଅସହାୟ ପରିବାରଙ୍କୁ ଚାଉଳ ସହ ପରିବା ଯୋଗାଇ ସହାୟତାର ହାତ ବଢାଇ ଥିଲେ ।

   Related Posts