Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ସାଢ଼େ ୩ ଲକ୍ଷ ଟଙ୍କାର ଚୋରୀ ଲୁହା ରଡ଼ ଜବତ, ୨ ଅଭିଯୁକ୍ତ ଗିରଫ

2/10/2020 at 7:42 PM

ଆନନ୍ଦପୁର୨/୧୦: ୮ କ୍ବିଣ୍ଟାଲର ଚୋରୀ ଲୁହା ରଡ଼ ଜବତ। କେନ୍ଦୁଝର ଜିଲ୍ଲା ଟାଙ୍ଗିରିଆପାଳ ଷ୍ଟେସନଠାରେ ରେଳ ବିକାଶ ନିଗମ ଅଧିନରେ କାମ ଚାଲିଛି। ସେଠାରେ ପଡି ରହିଥିବା ଲୁହା ରଡ ଚୋରୀ ହୋଇଥିଲା।

ଏ ନେଇ ଦୈତାରୀ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ଆରମ୍ଭ କରିଥିଲା ତନାଘନା। ବିଶେଷ ସୂତ୍ରରୁ ଚୋରଙ୍କ ସମ୍ପର୍କରେ ଖବର ପାଇ ଦୈତାରୀ ପୋଲିସ୍ ଘସିପୁରା ପୋଲିସ୍ ସହାୟତାରେ ପ୍ରଥମେ ରାମଚନ୍ଦ୍ରପୁର ଥାନା ଭଗାନଇ ଗାଁରେ ଚଢାଉ କରିଥିଲା। ଲୁହ ରଡ ଚୋରୀରେ ସଂପୃକ୍ତ ଥିବା ପ୍ରଶାନ୍ତ ସାହୁ ଓ ବଳରାମ ଦାସ ନାମକ ୨ ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଥାନାରେ ଅଟକ ରଖି ପଚରାଉଚାର କରିଥିଲା।

ଶେଷରେ ଲୁହ ରଡ ଚୋରି କରିଥିବା କଥା ୨ ଜଣ ସ୍ବୀକାର କରିଥିଲେ। ଚୋରୀ କରିବା ପରେ ଲୁହ ରଡକୁ ହସନପୁର ଟୋଲଗେଟ୍ ନିକଟରେ ଥିବା ସ୍କ୍ରାପ୍ ଗୋଦାମରେ ବିକ୍ରି କରିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ପୋଲିସ୍ ଗୋଦାମ ଘରେ ଚଢ଼ାଉ କରିଥିଲା। ପୋଲିସ୍‌ର ସୂଚନା ଅନୁସାରେ ଚୋରୀ ଲୁହର ଆନୁମାନିକ ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ହେବ।

   Related Posts