ବିଦୂର ନୀତି: ଏହି ୮ଟି ଗୁଣ ଥିବା ଲୋକଙ୍କୁ ସମାଜର ସବୁ ବର୍ଗରୁ ମିଳେ ସମ୍ମାନ

Published By : Prameya-News7 Bureau | May 15, 2019 IST

ମହାଭାରତ କାଳରେ ବିଦୂର ଜଣେ ପରମ ଜ୍ଞାନୀ ଓ ମହାନ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ସବୁପ୍ରକାର ବିଦ୍ୟା ଓ ଶାସ୍ତ୍ରଜ୍ଞ ଭାବେ ସେ ବେଶ ପରିଚିତ। ସେ ମହାରାଜ ଧୃତରାଷ୍ଟ୍ରଙ୍କର ସେ ପରାମର୍ଶଦାତା ଥିଲେ। ମଣିଷର ସୁସ୍ଥ ଚଳଣି ନିମନ୍ତେ ସେ କିଛି ନୀତିନିୟମ କରିଥିଲେ। ଯାହାକୁ ଆଜି ବି ଦେଶରେ ଲୋକେ ବିଦୂର ନୀତି ଭାବେ ଜାଣନ୍ତି ଯାହା ସ୍ଥଳ ବିଶେଷରେ ଉପାଦେୟ ମଧ୍ୟ । ବିଦୂର ନୀତି ଅନୁସାରେ ସେହି ଲୋକମାନଙ୍କୁ ସମାଜରେ ସମ୍ମାନ ମିଳେ ଯେଉଁମାନଙ୍କଠାରେ ଏହି ୮ଟି ଖାସ ଗୁଣ ଥାଏ। ତେବେ ମଣିଷର ସେ ଗୁଣଗୁଡିକ କ’ଣ ଆସନ୍ତୁ ଜାଣିବା।

ମଣିଷର ଏଭଳି ଏକ ଗୁଣ ହେଉଛି ବୁଦ୍ଧିମତା । ଏଠାରେ ବୁଦ୍ଧିମତାର ଅର୍ଥ ନୁହେଁ ଲୋକଙ୍କ ମନେ ପକାଇବାର କ୍ଷମତା। ବରଂ ସାଧାରଣ ଜ୍ଞାନକୁ ବୁଝା ଯାଏ। ଯିଏ ନିଜର ବୁଦ୍ଧିମତା ବଳରେ ନିଜର ତଥା ଲୋକଙ୍କ ସମସ୍ୟାର ଶରଳ ସମାଧାନ କରନ୍ତି ତାଙ୍କୁ ହିଁ ବୁଦ୍ଧିମାନ କୁହାଯାଏ। ସେହିପରି କୁଳିନତା ହେଉଛି ମଣିଷର ଅନ୍ୟ ଏକ ଗୁଣ। ଯାହା ଲୋକର କଥାବାର୍ତ୍ତା,ଚାଲିଚଳନ ଓ ଆଚାର ବ୍ୟବହାରରୁ ଜଣାଯାଏ। ମାର୍ଜିତ ବ୍ୟବହାର, କଥାବାର୍ତ୍ତାରୁ ଲୋକର ପରିବାର ଓ ପରିବେଶ ସମ୍ପର୍କରେ ବେଶ ବୁଝା ପଡିଯାଏ। ଏଣୁ ଲୋକଙ୍କ ଆଚରଣ ଏଭଳି ହେବା ଦରକାର ଯେଉଁଥିରୁ ସବୁ ବର୍ଗର ଲୋକେ ତାଙ୍କୁ ସମ୍ମାନ କରିବେ।

{"id":112169,"width":582,"height":713}

ସେହିଭଳି ଇନ୍ଦ୍ରିୟନିଗ୍ରହ ମଧ୍ୟ ମଣିଷର ଅନ୍ୟ ଏକ ଗୁଣ। ମଣିଷ ନିଜର ଇନ୍ଦ୍ରିୟମାନଙ୍କ ବସ ହେବା କଥା ନୁହେଁ ସେ ସବୁକୁ ନିୟନ୍ତ୍ରଣରେ ରଖିବା।ଯେ ଉଁମାନେ ଇନ୍ଦ୍ରିୟଙ୍କୁ ଆୟତ୍ତ ନ କରିପାରନ୍ତି ସେମାନେ ସମାଜରେ ତିରସ୍କୃତ ହୁଅନ୍ତି। ମଣିଷର ଶାସ୍ତ୍ରଜ୍ଞାନ ରହିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି କରୁଥିବା କାମ ସମ୍ପର୍କରେ ବେଶ ଜାଣିଥାନ୍ତି। ହେଲେ ଯେଉଁମାନେ ନିଜ କାମରେ ପାରଦର୍ଶି ସେମାନଙ୍କର ସବୁଠାରେ ଆଦର ରହିଥାଏ। ସେହିପରି ବ୍ୟକ୍ତିକୁ ପରାକ୍ରମୀ ହେବା ଆବଶ୍ୟକ। ବିପରୀତ ପରିସ୍ଥିତିରେ ମଧ୍ୟ ଆଗକୁ ବଢୁଥିବା ଲୋକହିଁ ପରାକ୍ରମୀ। ଜୀବନରେ ଏମିତି ଅନେକ ପରିସ୍ଥିତି ଆସେ ଯାହାର ମୁକାବିଲା କରିବା ଅତ୍ୟନ୍ତ କଠିଣ। କିନ୍ତୁ ଯିଏ ନିଜ ବୁଦ୍ଧିମତା ଓ ବୁଝାମଣାରେ ପରିସ୍ଥିତିର ମୁକାବିଲା କରିପାରେ ତାକୁ ହିଁ ସମାଜ ସମ୍ମାନ କରିଥାଏ ବୋଲି ବିଦୂର ତାଙ୍କ ନୀତିରେ ଦର୍ଶାଇଛନ୍ତି।

ସେହିପରି ଅଳ୍ପ କଥାବାର୍ତ୍ତା କରୁଥିବା ଲୋକଙ୍କ ଆଦର ସମାଜରେ ଖୁବ ଥାଏ। ଅଯଥା ବାକ୍ୟବ୍ୟୟ କରୁଥିବା ଲୋକଙ୍କ କଥାରେ ମୂଲ୍ୟ ନଥାଏ। ଯେତିକି ଦରକାର ସେତିକି କହିବା ଦ୍ବାରା ମନୁଷ୍ୟର ବୁଦ୍ଧିମତା ଜଣାପଡିଥାଏ। ସେହିପରି ମଣିଷକୁ ନିଜ ସାଧ୍ୟ ଅନୁସାରେ ଦାନ କରିବା ଦରକାର। ଯେହେତୁ ମଣିଷ ସମାଜରେ ରହିଛି ସମାଜର ମଣିଷ ପ୍ରତି ଅନେକ ଅବଦାନ ମଧ୍ୟ ରହିଛି । ଏଣୁ ଆଶାୟୀଙ୍କୁ ସାଧ୍ୟମତେ ସହୟତା କରିବା ବିଦୂର ନୀତିର ଅନ୍ୟତମ ଓ ଅନନ୍ୟ ଉଦାହରଣ । ଏହା ଛଡା ଯେତେବେଳେ ଆମେ ଯାହାଠାରୁ  କିଛି ସହାୟତା ପାଉ ତା ପ୍ରତି ଆମର କୃତଜ୍ଞତା ରହିବା ଆବଶ୍ୟକ। ଏହା ଦ୍ବାରା ସମାଜରେ ବ୍ୟକ୍ତିଙ୍କର ଉପସ୍ଥିତି ସମସ୍ତେ ଅନୁଭବ କରିବା ସହିତ ସମ୍ମାନ ମଧ୍ୟ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.