ଆଠଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟର ମୋହର
2/11/2018 at 7:21 PM

ଭୁବନେଶ୍ବର ୨|୧୧: ଆଠଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟର ମୋହର। ଜନଜାତି ଉନ୍ନୟନ ସମବାୟ ନିଗମର ସରାକରୀ ଋଣ ବଢ଼ି ୫୨ କୋଟ୭୮ ଲକ୍ଷରେ ପହଞ୍ଚିଛି। ସେଥିରୁ ଟିଡିସିଏ ୧୪କୋଟି୩୪ଲକ୍ଷ ଋଣ ପରିଶୋଧ କରିଛି। ତେବେ ବଳାକା ୩୬କୋଟ ୩୯ ଲକ୍ଷ ଋଣକୁ ପୁଞ୍ଚିନିବେଶ ପରିଣତ କରିଯିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏହାଦ୍ବାରା ଜନଜାତିମାନଙ୍କ ବନଜାତ ଓ ବଳକା କୃଷିଜାତ ଦ୍ରବ୍ୟ ମୂଲ୍ୟ ପରିବର୍ଦ୍ଦନ ତଥା ବିକ୍ରିବଟାର ବ୍ୟବସ୍ଥା ସୁଚାରୁରୂପ କରିବାରେ ଟିଡିସିଏ ସକ୍ଷମ ହେବ।
ଓଡିଶା ମଙ୍ଗଳ ସେବା ଏବଂ ଓଡିଶା ଅଧସ୍ତନ ମଙ୍ଗଳ ସେବାର କ୍ୟାଡର ପୁନଃଗଠନ କରାଯାଇଛି। ୭୧ଗୋଟି ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ୯ଗୋଟି ଜିଲ୍ଲାମଙ୍ଗଳ ଅଧିକାରୀ, ୮ଗୋଟି ଉପନିର୍ଦେଶକ, ୩ଟି ଯୁଗ୍ମ ନିର୍ଦେଶକ ପଦବୀ ବୃଦ୍ଧି କରାଯାଇଛି।
ପଞ୍ଚାୟତ ବିଗଭାଗ ଅଧିନରେ ଥିବା ଭୁତତ୍ବବିତଙ୍କ ପାଇଁ ଏକ ସ୍ବତନ୍ତ୍ର ଭୂବିଜ୍ଞାନିକ କ୍ୟାଡର ପୁନଃ ଗଠନ ପ୍ରସ୍ତବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି। ଗ୍ରୁପ ବି ଗ୍ରୁପ- ଏକୁ ଉନ୍ନୀତ କରାଯାଇଛି। ଏହି ପଦବ୍ୟ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି ପାଇଛି।