ଅପରାଧୀ-ପୋଲିସ ଗୁଳିବିନିମୟ, ଡିଏସ୍ପି ସମେତ ୮ ପୋଲିସ ସହିଦ
3/07/2020 at 7:33 AM

କାନପୁର ୩।୭: ଉତ୍ତର ପ୍ରଦେଶର କାନପୁର ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ଜଣାପଡିଛି ।

କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୋଲିସ ଟିମ୍ ସହ ଅପରାଧୀମାନଙ୍କର ଗୁଳିବିନିମୟ ହୋଇଥିଲା । ଫଳରେ ଡେପୁଟି ଏସ୍ପିଙ୍କ ସମେତ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀମାନେ ପୋଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇ ଫେରାର ହୋଇଯାଇଛନ୍ତି ।

ସହିଦ ପୋଲିସଙ୍କ ମଧ୍ୟରେ ସିଓ ବିଲହ୍ଲୋର, ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର ଏଏସଓ ମହେଶ ଯାଦବ ଅଛନ୍ତି । ଏହାସହ ଜଣେ ସବ୍ ଇନ୍ସପେକ୍ଟର ଏବଂ ୫ ଜଣ କନଷ୍ଟେବଲ ସହିଦ ହୋଇଛନ୍ତି । ଗୁଳି ବିନିମୟ ବେଳେ ୧୨ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଏଡିଜି ଜୟ ନାରାୟଣ ସିଂହ ସୂଚନା ଦେଇଛନ୍ତି । ଆହତମାନଙ୍କୁ ରେଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି ।
Eight Policemen who lost their lives after being fired upon by criminals in Kanpur today are — CO Devendra Kumar Mishra, SO Mahesh Yadav, Chowki Incharge Anup Kumar, Sub-Inspector Nebulal, Constables Sultan Singh, Rahul, Jitendra and Bablu.
— ANI UP (@ANINewsUP) July 3, 2020
ବିଳମ୍ବତି ରାତିରେ ବିକାଶ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଦଳ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ରାତି ପ୍ରାୟ ସାଢେ ୧୨ଟା ବେଳେ ବିଠୁର ଏବଂ ଚୌବେପୁର ପୋଲିସ ମିଳିତ ଭାବେ ବିକାଶ ଦୁବେର ଗାଁ ବିକାରୁରେ ତାଙ୍କ ଘରେ ଚଢାଉ କରିଥିଲେ । କିନ୍ତୁ ହଠାତ୍ ବିକାଶ ଓ ତାଙ୍କ ୮ରୁ ୧୦ ଜଣ ସହଯୋଗୀ ଅଚନାକ ପୋଲିସ ଉପରେ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ଅପରାଧୀଙ୍କ ଗୁଳିରେ ୮ ଜଣ ପୋଲିସ କର୍ମଚାରୀ ସଦିହ ହୋଇଛନ୍ତି ।
CM Yogi Adityanath has expressed his condolence to the families of the 8 Police personnel who lost their lives after being fired upon by criminals in Kanpur. He has directed DGP HC Awasthi to take strict action against criminals, he also sought report of the incident. (file pic) pic.twitter.com/YLK3vpsy5n
— ANI UP (@ANINewsUP) July 3, 2020
ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦୁଃଖ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।