ନିର୍ବାହୀ ଯନ୍ତ୍ରୀଙ୍କ ଅପହରଣ ମାମଲାରେ ୮ ଗିରଫ: କୋଭିଡ୍ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍‌

Published By : Prameya-News7 Bureau | October 10, 2020 IST

ଝାରସୁଗୁଡା୧୦/୧୦: ତଳିଆ କର୍ମଚାରୀଙ୍କୁ ହଇରାଣ କରିବା ପଡିଲା ମହଙ୍ଗା। ଝାରସୁଗୁଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅପହରଣର ୩ ଦିନ ଭିତରେ ଘଟଣାର ପର୍ଦ୍ଦାଫାସ କଲା ପୋଲିସ। ମିଳିଥିବା ସୂଚନା ଅନୁସାରେ ଗତ ୬ ତାରିଖ ବିଳମ୍ବିତ ରାତିରେ ଘରେ ଶୋଇବା ସମୟରେ ୮ ଜଣ ବ୍ୟକ୍ତି ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ଅପହରଣ କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟରେ ଛାଡି ପଳାଇଥିଲେ।

ଏହି ଅପହରଣ ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ୍। ଅପହରଣକାରୀଙ୍କୁ କଳାହାଣ୍ଡି  ଏବଂ ବଲାଙ୍ଗୀର ଜିଲ୍ଲାରୁ ଗିରଫ କରିଛି ପୋଲିସ। ଅପହରଣ ପଛରେ ନିର୍ବାହୀଯନ୍ତ୍ରୀଙ୍କ ଅଫିସର କର୍ମଚାରୀଙ୍କ ହାତ ଥିବା କହିଛନ୍ତି ଝାରସୁଗୁଡ଼ା ଏସପି ରାହୁଲ ପିଆର । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା, ଭୁଜାଲି, ୯ଟି ମୋବାଇଲ ଓ ବୋଲେରୋ ସହ ଗୋଟିଏ ସୁନାଚେନ୍ ଜବତ କରାଯାଇଛି। ଗିରଫ ୮ ଜଣଙ୍କ କୋଭିଡ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ବାପାଙ୍କ ଦରମା ବନ୍ଦ ସହ କାମରେ ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ ସୁପାରିଶ ପରେ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସର ପିଅନ ରବି ତାଣ୍ଡିଙ୍କ ଦୁଇପୁଅ ଶିବ ଓ ତୋଫାନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଓ ମୁରିବାହାଲ ଅଞ୍ଚଳର କିଛି ଯୁବକଙ୍କୁ ଡକାଇ ଏଭଳି କାଣ୍ଡ ଭିଆଇ ବଦଲା ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାପାଙ୍କ ପାଇଁ ଅଣ୍ଟାଭିଡି ଦୁଇ ପୁଅ ସମେତ ଅନ୍ୟ ୬ ଜଣଙ୍କୁ ଜେଲ ଯିବାକୁ ପଡିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.