Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା, ୮ଜଣ ମୃତ

12/08/2018 at 9:21 AM

ଇଣ୍ଡୋନେସିଆ ୧୨/୮ : ଇଣ୍ଡୋନେସିଆ ପପୁଆରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆଠଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ସକାଳୁ ବିମାନଟି ଦୁର୍ଘଟଣା ହୋଇଥିବା ସୂଚନା ମିଳିଥିଲା । ସ୍ବିସ୍ ନିର୍ମିତ ବିମାନ ପିଏସି୭୫୦ର ଗତକାଲି ବିମାନ ଯାତାୟତ ସଂପର୍କ କେନ୍ଦ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ଓକାଟେମ ନିକଟରେ ଲୋକମାନେ ଭୀଷଣ ବିସ୍ଫୋରଣର ଶବ୍ଦ ଶୁଣିଥିଲେ । ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳରେ ପହଞ୍ଚିବାକୁ ୨ ଘଣ୍ଟା ଲାଗିଯାଇଥିଲା । ବିମାନ ଦୁର୍ଘଟଣା ହେବାର କାରଣ ଜଣାପଡିନାହିଁ । ରାଷ୍ଟ୍ରୀୟ ପରିବହନ ସୁରକ୍ଷା ସମିତି ଦ୍ବାରା ବିମାନ ଦୁର୍ଘଟଣାର ଯାଞ୍ଚ କରାଯିବ ।

   Related Posts