ରେଲଓ୍ବେ ଷ୍ଟେସନରୁ ମହିଳାଙ୍କୁ ଟେକିନେଇ ୮ ଜଣ ମିଶି କଲେ ଗଣଦୁଷ୍କର୍ମ , ତାପରେ କ’ଣ ହେଲା ଜାଣନ୍ତୁ…

Published By : Prameya-News7 Bureau | August 23, 2019 IST

ହରିୟାଣା୨୩|୮: ହରିୟାଣାର କରନାଲ ରେଲଓ୍ବେ ​ ଷ୍ଟେସନରୁ ଜଣେ ମହିଳାଙ୍କୁ ଟେକିନେଇହ ୮ଜଣ  ମିଶି ଗଣଦୁଷ୍କର୍ମ କରିଛନ୍ତି।

ସୂଚନାଯୋଗ୍ୟ ଯେ, କରନାଲ ରେଲଓ୍ବେ ଷ୍ଟେସନ ପ୍ଲାଟଫର୍ମରେ ମହିଳା ଜଣଙ୍କ ବସିଥିଲେ। ମହିଳା ଜଣଙ୍କ ଖାଇବା ପାଇଁ ହୋଟେଲ କେଉଁଠି ଅଛି ବୋଲି ଜଣକୁ ପଚାରିଥିଲେ। ସଂପୃକ୍ତ ବ୍ୟକ୍ତି ମହିଳାଙ୍କୁ ହୋଟେଲ ଦେଖାଇଦେବ କହି ଶୂନଶାନ ଥିବା  ଶିଳ୍ପାଞ୍ଚଳ ରାସ୍ତାକୁ ଡାକି ନେଇ ଯାଇଥିଲ।

ଏହି ସମୟରେ ସେଠାରେ ଆହୁରି ୬ଜଣ ଯୁବକ ପହଞ୍ଚିଯାଇଥିଲେ । ସମସ୍ତେ ମିଶି ତାଙ୍କୁ ଦୁଷ୍କର୍ମ କରିବା ପରେ ଶେଷରେ  ଆଉ ଜଣେ ଅଭିଯୁକ୍ତ ସାମିଲ ହୋଇଥିଲେ। ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ୮ ଜଣ  ଅଭିଯୁକ୍ତ ମିଶି ତାଙ୍କ ସହ ଜୋର ଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ।

ଭୋକରେ ଥିବା ପୀଡିତା ମହିଳା କିଛି ସମୟ ପରେ ଚେତାଶୂନ୍ୟ ହୋଇ ଯାଇଥିଲେ।ଦୁଷ୍କର୍ମ କରିବା ପରେ ମହିଳାଙ୍କୁ୍ ଅଚେତ ଅବସ୍ଥାରେ ସେଠାରେ ହିଁ ଦୁଷ୍କର୍ମକାରୀମାନେ ଛାଡି ଚାଲି ଯାଇଥିଲେ।ପୀଡ଼ିତାଙ୍କ ଚେତା ଫେରିବା ପରେ କୌଣସି ମତେ ସେ ୧୦୦ ନମ୍ବରକୁ ଫୋନ କରି ପୋଲିସକୁ ଜଣାଇଥିଲେ।

ମହିଳାଙ୍କ ଲୋକେସନ ଟ୍ରେସକରି ତାଙ୍କୁ ପୋଲିସ ଉଦ୍ଧାର କରିଥିଲା। ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚଣ୍ଡିଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଆଠ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।କିନ୍ତୁ ବର୍ତ୍ତମାନ ସୁଦ୍ଧା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ କାହାକୁ ଗିରଫ କରି ନାହିଁ। ଅଭିଯୁକ୍ତମାନେ ବର୍ତ୍ତମାନ ଫେରାର୍‌ ଅଛନ୍ତି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.