Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ହିମାଲୟନ ଭାଏଗ୍ରା ସନ୍ଧାନକାରୀଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଓ ଏକ ଶିଶୁ

7/06/2019 at 8:09 PM

ହିମାଲୟନ ଭାଏଗ୍ରା ନାମରେ ଜଣାସୁଣା ଜଡିବୁଟି ୟାର୍ସାଗୁମ୍ବା ସନ୍ଧାନରେ ଯାଇଥିବା ୮ଜଣଙ୍କ ମୃତ୍ୟୁହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ତାଙ୍କ ସହ ଯାଇଥିବା ପିଲାଟି ବି ପ୍ରାଣ ହରାଇଥିବା ପୋଲିସ ସୂଚନା ଦେଇଛି।  ନେପାଳର ଡେଲପା ଜିଲ୍ଲାରେ ଏହି ଅଘଟଣ ଘଟିଛି । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜିଲ୍ଲାର ଲୋକେ ଜଡିବୁଟି ସଂଗ୍ରହ ପାଇଁ ଧୁର୍ଗମ ପାହାଡ ଓ ଜଙ୍ଗଲକୁ ଯାଇଥାନ୍ତି। ତେବେ ଦୁର୍ଲଭ ୟର୍ସାଗୁମ୍ବା ସଂଗ୍ରହ ପାଇଁ ଲୋକେ ସୁଉଚ୍ଚ ପାହାଡ ଉପରକୁ ଚାଲିଯାଇ ମୃତ୍ୟୁମୁଖରେ ପଡିବା ଜିଲ୍ଲାରେ ଏବେ ସାଧାରଣ ଘଟଣାରେ ପରିଣତ ହୋଇଛି।

ନେପାଳର ଉଚ୍ଚା ପାହାଡ ମାନଙ୍କରେ ମିଳୁଥିବା ୟର୍ସାଗୁମ୍ବା ଏକ କାମୋତ୍ତେଜକ ବୁଟି। ଯାହାର ଚାହିଦା ଆମେରିକା ଓ ଏସିୟ ଦେଶମାନଙ୍କରେ ଖୁବ୍ ବେଶି । ଏହିସବୁ ଦେଶର ବଜାରରେ ହିମାଲୟନ ଭାଏଗ୍ରା ପ୍ରତି ଗ୍ରାମ ୧ ଶହ ଡଲାର ବା ତଦୁର୍ଦ୍ଧ୍ବ ମୂଲ୍ୟରେ ବିକ୍ରି ହୋଇଥାଏ। ତେବେ ହିମାଳୟ ପର୍ବତମାଳାର ୧୦ ହଜାର ଫୁଟରୁ ଅଧିକ ଉଚ୍ଚ ପାହାଡମାନଙ୍କରେ ଏହି ବୁଟି ମିଳୁଥିବେ ବେଳେ ଛଲିତ ବର୍ଷ ଏହାକୁ ଖୋଜିବା ପାଇଁ ଯାଇ ଏ ପର୍ଯ୍ୟନ୍ତ ଏକ ଶିଶୁ, ଜଣେ ମହିଳାଙ୍କ ସମେତ  ୮  ପ୍ରାଣ ହରାଇଥିବା ପୋଲିସ କହିଛି। 

ପୋଲିସ ସୂଚନା ଅନସାରେ ଅନ୍ୟ ଦୁର୍ଲଭ ଜଡିବୁଟି ସହ ୟାର୍ସାଗୁମ୍ବା ସନ୍ଧାନରେ ଯାଇ ୨ ଜଣ ଉଚ୍ଚ ପାହାଡରୁ ଖସିପଡି ପ୍ରାଣ ହରାଇଛନ୍ତି। ସେହିଭଳି ୫ ଜଣ ଅତ୍ୟାଧିକ ଉଚ୍ଚତାରେ ଅମ୍ଳଯାନ ଅଭାବରୁ ମୃତ୍ୟୁମୁଖରେ ପଡିଥିବା ବେଳେ  ମା ସହ ପାହାଡକୁ ଜଡିବୁଟି ଖୋଜିବାକୁ ଯାଇଥିବା ପିଲାଟି ପ୍ରାକୃତିକ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିନପାରି ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡିଥିଲା ବୋଲି ପୋଲିସ କହିଛି।

ହିମାଳୟରୁ ଜଡିବୁଟି ସଂଗ୍ରହ ପାଇଁ ଗ୍ରୀଷ୍ମ ଋତୁ ପ୍ରକୃଷ୍ଠ ସମୟ। ଏଣୁ ପାହାଡିଆ ଅଞ୍ଚଳର ଦଳଦଳ ଲୋକେ ବର୍ଷାଋତୁ ପୂର୍ବରୁ ଜଡିବୁଟି ସଂଗ୍ରହ ପାଇଁ ଜଙ୍ଗଲରେ ବେଶ ଦୂର ପର୍ଯ୍ୟନ୍ତ ଚାଲିଯାଆନ୍ତି। ଏହି କ୍ରମରେ ଜଡିବୁଟି ସଂଗ୍ରହ ପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ଅନେକ ମୃତ୍ୟୁମୁଖରେ ପଡିଥାନ୍ତି। ତେବେ ହିମାଳୟର ଗିରି ଶୃଙ୍ଗ ଉପରେ ମିଳୁଥିବା ୟର୍ସାଗୁମ୍ବା ପ୍ରାୟ ସଂଗ୍ରହକାରୀଙ୍କର ଏବେ ଉଦ୍ଦେଶ୍ୟ ହୋଇଥିବା ବେଳେ ଏଭଳି ସାମଗ୍ରୀ ସଂଗ୍ରହ ପାଇଁ ଲୋକେ ନିଜ ଜୀବନକୁ ବିପଦରେ ପକାଉଛନ୍ତି ବୋଲି ପୋଲିସ କହିଛି।

   Related Posts