ହୋଟେଲରେ ଚଢାଉ : ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ୮ ଯୁବକଙ୍କ ସହ ୮ ଯୁବତୀ
6/11/2019 at 10:40 AM

କାନପୁର ୬।୧୧: ଉତ୍ତରପ୍ରଦେଶ କାନପୁର ସ୍ଥିତ ଏକ ହୋଟେଲରେ ପୋଲିସ ରେଡ୍ କରିଛି । ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ପୋଲିସ ସେହି ହୋଟେଲ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ହୋଟେଲରୁ ଆପତ୍ତିଜନକ ଅବସ୍ଥାରେ ୮ଜଣ ଯୁବକ ଏବଂ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା । ପୋଲିସ ସମସ୍ତଙ୍କୁ ଧରି ଥାନାକୁ ନେଇଯାଇଛି । ସେମାନଙ୍କର ଅଭିଭାବକମାନଙ୍କୁ ଥାନାକୁ ଡକାଇଛି ପୋଲିସ ।
ସୂଚନାଯୋଗ୍ୟ ଯେ, କାନପୁର କଲେକ୍ଟରଗଞ୍ଜ ଥାନା ଅନ୍ତର୍ଗତ ଓମ୍ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ସୂଚନା ଆଧାରରେ ପୋଲିସ ହୋଟେଲରେ ଚଢାଉ କରିଥିଲା । ସେଠାରୁ ସମସ୍ତଙ୍କୁ ଥାନାକୁ ଆଣିଛି ପୋଲିସ । ଚଢାଉ ବେଳେ ହୋଟେଲ ମ୍ୟାନେଜରଙ୍କୁ ପୋଲିସ ପଚରାଉଚରା କରିବା ସହ ତାଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି ।
କଲେକ୍ଟରଗଞ୍ଜ ଥାନା ଅଧିକାରୀ କହିଛନ୍ତି ଯେ, ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ଚଢାଉ କରାଯାଇଥିଲା । ସେଠାରୁ ୧୬ଜଣ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ଧରାପଡିଛନ୍ତି । ସେମାନେ ସେମାନଙ୍କ ସମ୍ବନ୍ଧରେ କିଛି ଜଣାପଡିନାହିଁ । ହୋଟେଲର ରେଜିଷ୍ଟ୍ରରରେ ମଧ୍ୟ କୌଣସି ଏଣ୍ଟ୍ରି ନାହିଁ । ଧରାପଡିଥିବା ସମସ୍ତ ଯୁବକ ଯୁବତୀ କାନପୁର ଅଞ୍ଚଳର ବୋଲି ଜଣାପଡିଛି । ଏହି ସମସ୍ତ ଯୁବକ ଯୁବତୀଙ୍କ ଅଭିଭାବକମାନଙ୍କୁ ଥାନାକୁ ଡକାଯାଇଛି । ହୋଟେଲ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।