Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦୁଇ ଚକିଆ ଯାନରେ ମିଲକୁ ଟନ୍ ଟନ୍ ଧାନବୁହା କେଳେଙ୍କାରୀ ; ୮ ଜଣଙ୍କୁ ନିଲମ୍ବନ କଲା ବରଗଡ ଜିଲ୍ଲା ପ୍ରଶାସନ

20/11/2018 at 9:31 AM

ବରଗଡ ୨୦|୧୧: ଦୁଇ ଚକିଆ ଯାନରେ ମିଲକୁ ଟନ୍‍ ଟନ୍‍ ଧାନବୁହା କେଳେଙ୍କାରୀ ନେଇ ୮ ଜଣଙ୍କୁ ନିଲମ୍ବନ କଲା ବରଗଡ ଜିଲ୍ଲା ପ୍ରଶାସନ । ୪ ଜଣ ସମବାୟ ସମ୍ପାଦକ ଓ ୪ ଜଣ ସମବାୟ ସମିତି ସଦସ୍ୟ ନିଲମ୍ବିତ ହୋଇଛନ୍ତି । ଚାରି ସମବାୟ ସମ୍ପାଦକ ହେଉଛନ୍ତି  ଆନନ୍ଦ ରଥ, ରାଜକୁମାର ପ୍ରଧାନ, ଟଙ୍କଧର ସାହୁ ଓ ଗୌର ଚନ୍ଦ୍ର ବୁଦ୍ଧିଆ । ସେହିପରି ନିଲମ୍ବିତ ଚାରି ସମବାୟ ସମିତି ସଦସ୍ୟ ହେଉଛନ୍ତି ମାର୍କେଟ ୟାର୍ଡର ଇନଚାର୍ଜ ଗୋକୁଳାନନ୍ଦ ଆଚାର୍ଯ୍ୟ, ରବି ନାରାୟଣ ବାରିକ, ଶଙ୍କର ପ୍ରଧାନ, ଟଙ୍କଧର ମେହେର । ଅଟୋରିକ୍ସା, ମୋଟର ସାଇକେଲ, ନମ୍ବର ବିହୀନ ଟ୍ରାକ୍ଟର ଓ ବାହାର ରାଜ୍ୟର ଗାଡି ଦର୍ଶାଇ  ଶହ ଶହ ବସ୍ତା  ଧାନ ଚାଲାଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଜାଲ ବିଲ୍ କରି ମିଲ୍ ମାଲିକଙ୍କୁ ଧାନ ଚାଲାଣ କରୁଥିଲେ ପେକ୍ସ, ମାର୍କଫେଡ ଓ ଆରଏମସି କର୍ମଚାରୀ  । ଉଦାହରଣ ସ୍ବରୂପ, ଷ୍ଟାର ସିଟି ବାଇକରେ ୨୨ ଟନ୍, ବଜାଜ ଡିସ୍କଭରରେ ୨୩ ଟନ୍, ଗୋଟିଏ ସ୍କୁଟିରେ ୨୨ ଟନ୍, ବଜାଜ ସ୍କୁଟରରେ ୨୦ ଟନ୍ ଧାନ ମିଲକୁ ବୁହା ଯାଇଥିବା ଦର୍ଶାଯାଇଥିଲା । ଏସବୁ ମିଲ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଦୁଇ ଚକିଆ ଯାନରେ କିଭଳି ଶତାଧିକ ଟନ୍‍ ଧାନ ପରିବହନ ରେକର୍ଡରେ ଦର୍ଶାଗଲା ଏବଂ କେଉଁ ପରିପ୍ରେକ୍ଷୀରେ ଏପରି ବେଆଇନ କାର୍ଯ୍ୟ ହୋଇଛି ସେନେଇ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସରକାରଙ୍କୁ ଅବଗତ କରିବାକୁ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts