Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବିଜେଡିର ପ୍ରାର୍ଥୀ ତାଲିକା ଆରମ୍ଭ ହେଲା ଜଗନ୍ନାଥଙ୍କଠୁ, ୯ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୮ ନୂଆ ମୁହଁ

18/03/2019 at 5:25 PM

ଭୁବନେଶ୍ବର ୧୮|୩ : ରାଜ୍ୟର ୯ଟି ଲୋକସଭା ସହ ୫୪ଟି ବିଧାନସଭା ଆସନ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟ  ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ଘୋଷଣା କରିଛନ୍ତି ନବୀନ ।

ତେବେ ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ନବୀନ ପ୍ରଥମେ ବିଷମକଟକ ବିଧାନସଭା ଆସନର ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା କରିଛନ୍ତି । ଜଗନ୍ନାଥ ନାମରୁ ହିଁ ନବୀନ ତାଙ୍କର ନିର୍ବାଚନୀ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଜଗନ୍ନାଥଙ୍କ ନାମ ନେଇ ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି ବୋଲି  ଆଲୋଚନା ହେଉଛି । ଅପରପକ୍ଷରେ ଜଗନ୍ନାଥ ସାରକା ବିଜେଡିର ଏକ ନମ୍ବର ପ୍ରାର୍ଥୀ ବୋଲି ମଧ୍ୟ ରୋଚକ ଆଲୋଚନା ଆରମ୍ଭ ହୋଇଛି । ଆଗାମୀ ନିର୍ବାଚରେ ବିଜୟର ଟିକା ପୁଣି ପିନ୍ଧିବାକୁ ନବୀନ ଆଶାବାଦୀ ଅଛନ୍ତି ।

ଅନ୍ୟପକ୍ଷରେ ଘୋଷଣା ହୋଇଥିବା ୯ଟି ଲୋକସଭା ଆସନ ମଧ୍ୟରୁ ୮ଟିରେ ନବୀନ ନୂଆ ମୁହଁକୁ ଟିକଟ ଦେଇ ରିସ୍କ ନେବା ସହ ଏକ ନୂଆ ଚାଲ୍ ଖେଳିଛନ୍ତି ବୋଲି ଆଲୋଚନା ହେଉଛି । ଆଣ୍ଟି ଇନକମ୍ବେନ୍ସି ଫ୍ୟାକ୍ଟରକୁ ପରାହତ କରିବା ପାଇଁ ନବୀନଙ୍କ ଏହି ଚାଲ୍ ବୋଲି କୁହାଯାଉଛି । ନବୀନ ନିଜ ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ଘୋଷଣା କରିଥିବା ୯ଟି ଲୋକସଭା ମଧ୍ୟରୁ ୩ଟିରେ ମହିଳା ପ୍ରାର୍ଥୀ ଦେଇଛନ୍ତି । କୋରାପୁଟରୁ କୌଶଲ୍ୟା ହିକ୍କକା, ଆସ୍କାରୁ ପ୍ରମିଳା ବିଶୋୟୀ ଏବଂ ସୁନ୍ଦରଗଡରୁ ସୁନୀତା ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି । ୩ଜଣ ଯାକ ମହିଳା ପ୍ରାର୍ଥୀ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବେ । ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ସୁନୀତା ବିଶ୍ବାଳ କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ହୋଇଥିବାବେଳେ, କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା କୌଶଲ୍ୟା ହିକ୍କକା ହେଉଛନ୍ତି ସାଂସଦ ଝିନ୍ନ ହିକ୍କକାଙ୍କ ପତ୍ନୀ । ଅପରପକ୍ଷରେ ଆସିକା ସାଂସଦ ପ୍ରାର୍ଥୀ ପ୍ରମିଳା ବିଶୋୟୀଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲେ ମଧ୍ୟ ସେ ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ବେଶ୍ ଆଦୃତ ।

   Related Posts