ଏକାସଙ୍ଗେ ଜଳିଲା ଗୋଟିଏ ପରିବାରର ୬ ଜୁଇ : ପାଳନ କରୁଥିଲେ ଜନ୍ମଦିନ, କିନ୍ତୁ କିଛି ମିନିଟ୍ ପରେ...

Published By : Prameya-News7 Bureau | January 28, 2021 IST

ଭୋପାଳ,୨୮/୦୧:     ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ଜୁଇ ଜଳିଛି । ଏହି ଘଟଣା ସମସ୍ତଙ୍କୁ ଆବାକ୍ କରିଦେଇଛି । କାରଣ ମୃତ୍ୟୁର କିଛି ସମୟ ପୂର୍ବରୁ ସେମାନେ ଜୀବନର ଶେଷ ଜନ୍ମଦିନ ପାଳନ କରୁଥିଲେ । କିନ୍ତୁ ରାଜସ୍ଥାନ ଟୋଙ୍କରେ ହୋଇଥିବା ଦୁର୍ଘଟଣାରେ ସେମାନେ ପ୍ରାଣ ହରାଇଥିଲେ । ଟ୍ରକ୍ ଓ ଜିପ୍ ମଧ୍ୟରେ ଦୁର୍ଘଟଣା ଘଟିବାରୁ ୮ଜଣ ଜୀବନ ହାରିଥିଲେ ।

ସୂଚନାନୁସାରେ, ରାଜଗଡର ଜିରାପୁରର ଦୁଇ ଦାଦା ପୁଅ ଭାଇ ଲଳିତ ଓ ପବନ ଜାନୁଆରୀ ୧ରେ ଖାଟ୍ଟୁଶ୍ୟାମ୍ ନାମକ ଏକ ସ୍ଥାନକୁ ପଦଯାତ୍ରାରେ ବାହାରିଥିଲେ । ଉଭୟ ୨୬ ତାରିଖରେ ଖାଟ୍ଟୁଶ୍ୟାମରେ ପହଁଚିଥିଲେ । ଏହାପରେ ସେମାନଙ୍କ ପରିବାର ସଦସ୍ୟ ଦୁଇ ଭାଇଙ୍କୁ ଫେରାଇ ଆଣିବା ପାଇଁ ଦୁଇଟି ଗାଡିରେ ରାଜସ୍ଥାନ ପହଁଚିଥିଲେ । ଜାନୁଆରୀ ୨୬ରେ ଖାଟ୍ଟୁଶ୍ୟାମଙ୍କ ଦର୍ଶନ ପରେ ପରିବାରର ସମସ୍ତ ସଦସ୍ୟ ଦୁଇଟି ଗାଡିରେ ଗାଁକୁ ଫେରୁଥିଲେ । ଏହି ସମୟରେ ଆଗରେ ଥିବା ଗାଡିଟି ଦୁର୍ଘଟଣାର ଶିକାର ହୋଇଥିଲା ।

ଏହି ଦୁର୍ଘଟଣା ଟୋଙ୍କ୍ ଜିଲ୍ଲା ଦେଇ ଯାଇଥିବା ଏନଏଚ ୫୨ରେ ଘଟିଥିଲା । ଜୟପୁର ଆଡକୁ ଯାଉଥିବା ଏକ ଟ୍ରକ୍ ପରିବାର ଲୋକେ ଯାଉଥିବା ଗୋଟିଏ ଜିପକୁ ଧକ୍କା ଦେଇଥିଲା । ଫଳରେ ୮ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୩ ପୁରୁଷ, ୨ ମହିଳା ଓ ୩ ଶିଶୁ ରହିଛନ୍ତି । ଅନ୍ୟ ୪ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଥିଲା ।

{"id":399934,"sizeSlug":"large","linkDestination":"none"}

ଟ୍ରକଟି ଏତେ ଜୋରରେ ଜିପକୁ ଧକ୍କା ଦେଇଥିଲା ଯେ, ଜିପଟି ଭାଙ୍ଗିରୁଜି ଯାଇଥିଲା । ପୋଲିସ କ୍ରେନ୍ ସାହାଯ୍ୟରେ ଜିପକୁ ବାହାର କରିଥିଲା । ତେବେ ମୃତ୍ୟୁବରଣ କରିଥିବା ୬ଜଣଙ୍କ ଅନ୍ତିମ ସଂସ୍କାର ବୁଧବାର ଜୀରାପୁରରେ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କର ଗୁରୁବାର ମକ୍ସୀରେ ହେବ ।

ଖାଟ୍ଟୁଶ୍ୟାମରୁ ଫେରିବାର କିଛି ସମୟ ପୂର୍ବରୁ ପରିବାରର ଜଣେ ସଦସ୍ୟଙ୍କ ଜନ୍ମଦିନ ଯାତ୍ରା ସମୟରେ ପାଳନ ହୋଇଥିଲା । ତେବେ ଜନ୍ମଦିନ ପାଳନ ପରେ ସେମାନଙ୍କ ଜିପ୍ ଧକ୍କା ହେବା ସହ ପରିବାରର ୮ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.