କୋଠରୀରେ ପଡିଥିଲା ପତି-ପତ୍ନୀଙ୍କ ଲାସ୍, ଶବ ପାଖରେ କାନ୍ଦୁଥିବା ଅବସ୍ଥାରେ ମିଳିଲା ୮ ମାସର ଶିଶୁ
11/07/2020 at 9:34 PM

ନୋଏଡା ୧୧।୦୭: ଉତ୍ତର ପ୍ରଦେଶରେ ଜାରି ସଂପୂର୍ଣ୍ଣ ଲକ୍ଡାଉନ୍ ମଧ୍ୟରେ ନୋଏଡା ଥାନା ଅନ୍ତର୍ଗତ ସେକ୍ଟର ୪୯ର ହୋସିଆପୁର ଗାଁରେ ଏକ ଘରୁ ଶନିବାର ସକାଳେ ଏକ ଦମ୍ପତ୍ତିଙ୍କ ଝୁଲନ୍ତା ଶବ ମିଳିଛି। ଶବ ନିକଟରେ ୮ ମାସର ଛୁଆ ଭୋ ଭୋ ହୋଇ କାନ୍ଦୁଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ହୋସିଆପୁର ଗାଁରେ ରହୁଥିବା ନରେନ୍ଦ୍ର ଶନିବାର ଦ୍ଵିପ୍ରହରରେ ଥାନା ସେକ୍ଟର ୪୯ ପୋଲିସ୍କୁ ସୂଚନା ଦେଇଥିଲେ ଯେ, ତାଙ୍କ ଘରେ ଭଡାରେ ରହୁଥିବା ମହିଳା ଓ ପୁରୁଷ କବାଟ ଖୋଲୁ ନାହାନ୍ତି ଏବଂ କୋଠରୀ ଭିତରୁ ତାଙ୍କର ଆଠ ମାସର ଶିଶୁ କାନ୍ଦୁଥିବା ସ୍ଵର ଶୁଭୁଛି।
ଘଟଣାର ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଘର ଭିତରେ ମହିଳା ଏବଂ ପୁରୁଷ ଉଭୟଙ୍କ ମୃତ ଶରୀର ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଲେ। ପୋଲିସ୍ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। କୋଠରୀରୁ ମିଳିଥିବା ଦସ୍ତାବିଜ ଅନୁସାରେ ଯୁବକଙ୍କ ନାମ ଅନିକେତ। ମହିଳାଙ୍କ ନାମ ଜଣା ପଡିନାହିଁ।
We have visited the spot, and prima facie, it seems to be a case of suicide. We are contacting the police station concerned in Bihar: Noida Additional Deputy Superintendent of Police Ranvijay Singh https://t.co/EczTbXN3p9
— ANI UP (@ANINewsUP) July 11, 2020
ସହାୟକ ପୋଲିସ ଆୟୁକ୍ତ(ଏସିପି) ବିମଲ କୁମାର ସିଂହ କହିଛନ୍ତି ଯେ, ମିଳିଥିବା କାଗଜପତ୍ର ଆଧାରରେ ବିହାର ସିଓ୍ଵାନା ଜିଲ୍ଲା ମୃତକଙ୍କ ଗାଁ ନିକଟସ୍ଥ ଥାନାକକୁ ଏହାର ସୂଚନା ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା ଏହି ମାମଲାରେ ମୃତକଙ୍କ ସମସ୍ତ ତଥ୍ୟ ବିହାର ପୋଲିସ୍ ନିକଟରୁ ମିଳିଯିବ ବୋଲି ସେ କହିଛନ୍ତି। ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଶିଶୁର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଏସିପି କହିଛନ୍ତି।
ପୋଲିସ୍ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ହୋଇ ଥାଇପାରେ ବୋଲି ସନ୍ଦେହ କରୁଛି। ପାରିବାରିକ ବିବାଦ କାରଣରୁ ଦମ୍ପତ୍ତି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି କୁହାଯାଉଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି।