ଶୋଇଥିବା ଅବସ୍ଥାରେ ମା’ କୋଳରୁ ଶିଶୁକୁ ଉଠାଇନେଲା ମହିଳା, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Prameya-News7 Bureau | October 09, 2019 IST

ମୁରାଦାବାଦ ୯|୧୦: ଶୋଇଥିବା ଅବସ୍ଥାରେ ମା’ କୋଳରୁ ପିଲା ଚୋରି । ତେବେ ଶିଶୁ ଜଣଙ୍କୁ ଉଠାଇ ନେଇଛନ୍ତି ଜଣେ ମହିଳା ଚୋର । ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଉତ୍ତରପ୍ରଦେଶ ମୁରାଦାବାଦ ବସଷ୍ଟାଣ୍ଡରେ । ପିଲା ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ମହିଳା ନିଜ ସ୍ବାମୀଙ୍କ ସହ କଳହ କରି ଉତ୍ତରପ୍ରଦେଶର ମୁରାଦବାଦର ବସଷ୍ଟାଣ୍ଡ ନିକଟକୁ ଚାଲିଆସିଥିଲେ । ତେବେ ରାତି ହୋଇଯିବାରୁ ନିଜର ୮ ମାସର ଛୁଆ ସହ ମହିଳା ଜଣକ ବସଷ୍ଟାଣ୍ଡରେ ଶୋଇପଡ଼ିଥିଲେ । ବିଳମ୍ବିତ ରାତ୍ରିରେ କେହି ନଥିବାର ସୁଯୋଗ ପାଇ ମହିଳା ଜଣଙ୍କ ଶୋଇଥିବା ବେଳେ ଛୁଆକୁ ଚୋରି କରି ନେଇଯାଇଥିଲେ | ତେବେ ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ସମ୍ପୂର୍ଣ୍ଣ ଦୃଶ୍ୟ ରେକର୍ଡ ହୋଇଛି ।

ପୋଲିସ ପକ୍ଷରୁ କୁହାଯାଇଛି ଯେ ଶିଶୁଟିର ମା’ ସହ ଚୋରି କରିଥିବା ମହିଳା ଜଣକ ପ୍ରଥମେ ସମ୍ପର୍କ ରଖିଥିଲେ | ଏହାପରେ ମହିଳା ଜଣକ ପିଲାଟିର ମା’କୁ କୌଣସି ନିଶା ଦ୍ରବ୍ୟ ଦେଇଦେଇଥିଲେ । ମା’ ଜଣକ ଚେତାଶୂନ୍ୟ ହୋଇଯିବା ପରେ ରାତିରେ ପିଲାଟିକୁ ଚୋରି କରିନେଇଥିଲେ | ପୋଲିସ ଏବେ ଏହି ଚୋରିରେ ସମ୍ପୃକ୍ତ ଦୁଇ ଦୃର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.