ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଯାଜପୁର ଜିଲ୍ଲାର ୮ଜଣ ବିଧାୟକ ପ୍ରାର୍ଥୀ ଏବଂ ଜଣେ ସାଂସଦ ପ୍ରାଥୀ
8/04/2019 at 10:10 AM

ଯାଜପୁର ୮/୪ : ଆଜି ନାମାଙ୍କନ ଦାଖଲର ସଂସ୍ଥା ଦିନ । ଆଜି ଯାଜପୁର ଜିଲ୍ଲାର ବହୁ ହେବିୱଟେ ନେତା ସାଧାରଣ ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲ କରିବେ । ଆଜି ସୋମବାର ଶୁଭବେଳା ରହିଥିବାରୁ ପ୍ରମୂଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସର ବହୁ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ।
ଯାଜପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ରାୟ, ବିଂଝାରପୁର ବିଜେଡି ବିଧାୟିକା ପାର୍ଥିନି ପ୍ରମିଳା ମଲିକ, ବରୀ ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ, ବଡ଼ଚଣା ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ, ଧର୍ମଶାଳା ବିଜେଡି ବିଧାୟକ ପ୍ରାର୍ଥୀ ତୁଷାର ପରିଡ଼ା, ସୁକିନ୍ଦା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳବନ୍ତ ସାମନ୍ତ, ସେହିପରି ଯାଜପୁର ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଆଜି ଯାଜପୁର ଜିଲ୍ଲାରେ ୮ଜଣ ବିଧାୟକ ଏବଂ ଜଣେ ସାଂସଦ ସର୍ବମୋଟ ୯ଜଣ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି ।