ଡକାୟତି ଯୋଜନା ପଣ୍ଡ, ୮ ଡକାୟତ ଗିରଫ, ପିସ୍ତଲ ଓ ବୋମା ଜବତ

Published By : Prameya-News7 Bureau | June 12, 2020 IST

ହିଞ୍ଜିଳି, ୧୨|୦୬:  ହିଞ୍ଜିଳି ପୋଲିସ ଡକାୟତି ଉଦ୍ୟମ ପଣ୍ଡ କରି ୮ ଜଣ ଡକାୟତଙ୍କୁ ଗିରଫ କରିଛି।ସେମାନଙ୍କଠାରୁ ପିସ୍ତଲ,. ଖଣ୍ଡା ଓ ବୋମା ସହ ବାଇକ ମଧ୍ୟ ଜବତ କରାଯାଇଛି ।

ସୂଚନାନୁସାରେ,  ଗୁରୁବାର ରାତିରେ ଆଇଆଇସିଙ୍କ ନିର୍ଦେଶ କ୍ରମେ ଏସଆଇ ବାସୁଦେବ ଭୋଇ,ଏଏସଆଇ ସୁରଥ ଭୁୟାଁ, ରାଜନ୍ ବିଷୋୟୀ, ହାବିଲଦାର ରାଜୀବ କୁମାର ପାଢ଼ୀ ଓ ଟିମ୍ ପାଟ୍ରୋଲିଂ କରୁଥିଲେ। ଗୋପୀନାଥପୁର ବଡ଼ କେନାଲ ପାଖରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ କିଛି ଅସାମାଜିକ ଯୁବକ ସଂଗଠିତ ହୋଇ ରହିଥିବା ପୋଲିସକୁ ଖବର ମିଳିଥିଲା। ଆଇଆଇସି ଖବର ପାଇ ଘଟଣାସ୍ଥଳକୁ ପାଟ୍ରୋଲିଂ ଟିମ୍ ପଠାଇ ଚଢାଉ କରିଥିଲେ। ପାଟ୍ରୋଲିଂ ଗାଡ଼ି ଦେଖି ଘଟଣା ସ୍ଥଳରୁ ୨ ଜଣ ଫେରାର ହୋଇଥିବା ବେଳେ ଅନ୍ୟ ୮ ଜଣକୁ ପୁଲିସ କାବୁ କରିଛି।

ସେମାନଙ୍କଠାରୁ ଗୋଟିଏ ୭.୬୫ ଏମଏମର ପିସ୍ତଲ ଓ ଗୁଳି, ଲଙ୍କା ଗୁଣ୍ଡ, ଖଣ୍ଡା, ବୋମା,୧୦ ଟା ମାସ୍କ, ମଦ ବୋତଲ ,ସିଗାରେଟ୍, ଦିଆସିଲ୍ ଓ ୨ଟା ମୋଟର ସାଇକେଲ ଜବତ କରିଛି । ୮ ଜଣ ଯୁବକଙ୍କୁ ପୋଲିସ ଥାନାକୁ ଆଣି ଅଧିକ ପଚରାଉଚରା କରିବା ପରେ ସେମାନେ ନିକଟସ୍ଥ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା କହିଥିଲେ ।ଏନେଇ ଆଇଆଇସି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଆସ୍କା ଥାନା ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀର ସନିଆ ମହାନ୍ତି, କୋଟିନୋଡର କାଳୁ ଚରଣ ପାତ୍ର, ଖଲିକୋର୍ଟ ଥାନା ଅନ୍ତର୍ଗତ ତେନ୍ତୁଳିପଦାର ମିଥୁନ ସାହାଣୀ, ଶିବ ଜାଲି, କାହ୍ନା ସାହାଣୀ,ନୂତନ ବ୍ରହ୍ମପୁରର ନରହରି ପାଣ୍ଡି, ଗାଙ୍ଗପୁର ଥାନା ଅନ୍ତର୍ଗତ ବାରଟାର ଭଗବାନ ନାଇକ, ପୋଲସରା ସୂର୍ଯ୍ୟନଗରସାହିର ଯଜ୍ଞ ପ୍ରଧାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.