କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଜୋରିମାନା ଦେଇନଥିବା ୮ଟି ଖଣି କମ୍ପାନୀ ହାଜର

Published By : Prameya-News7 Bureau | September 01, 2018 IST

କେନ୍ଦୁଝର ୧/୯ : କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଆଜି ନଅ ଜଣ ଖଣି ଲିଜଧାରୀକୁ ନୋଟିସ ହୋଇଥିବା ବେଳେ ଏବେ ସୁଦ୍ଧା ୮ ଟି ଖଣି କମ୍ପାନୀ ହଜାର ହୋଇଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଧେଶ ମତେ ଜୋରିମାନା ଦେଇ ନଥିବା ଖଣି ଲିଜଧାରୀ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିବା ସାର୍ଟିଫିକେଟ କେଶର ଜବାବ ରଖିବାକୁ ୮ ଟି ଖଣି ଲିଜଧାରୀଙ୍କ ପ୍ରତିନିଧି ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି। ତେବେ ସାରା ଓଡ଼ିଶାରେ ଓକିଲ ମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ଆଜି ଖଣି ଲିଜଧାରୀଙ୍କ ପ୍ରତିନିଧି କୋର୍ଟରେ ଉପସ୍ଥିତ ହୋଇ ସମୟ ମାଗିଛନ୍ତି। ତେବେ ଆଜି ଉପସ୍ଥିତ ହୋଇଥିବା ଖଣି କମ୍ପାନୀମାନେ ହେଲେ ଏସ ଡି ଶର୍ମା,ଏମ ଏସ ସାରଦା,ଏଚ ଜି ପାଣ୍ଡେ ଏଣ୍ଡ ଓଦର୍ଶ, ମାଳା ରାଇ,ଏମ୍ସବିପି ଏମଇ ଲିମିଟେଡ଼, ଗନ୍ଧମାର୍ଦ୍ଦନ, ବି କେ ମହାନ୍ତି, ଓଏମଡିସି, ମିଷ୍ଟର ଦାସ | ତେବେ ଏହି ଖଣି ସବୁ ହାଜର ପାଇଁ ନୋଟିସ ହୋଇଥିବା ବେଳେ ଏବେ ସୁଦ୍ଧା ବି କେ ମହାନ୍ତି ଖଣି କମ୍ପାନୀ ହଜାର ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.