Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସଙ୍କଟରେ ଭାରତୀୟ, ୮ଲକ୍ଷ ଲୋକଙ୍କୁ ଛାଡିବାକୁ ପଡିବ ଏହି ଦେଶ

6/07/2020 at 11:16 AM

ନୂଆଦିଲ୍ଲୀ ୦୬।୦୭ : କୁଏତର ଜାତୀୟ ଆସେମ୍ବଲିର  ଆଇନ ଏବଂ ବିଧାନ ପରିଷଦ ଏକ ଅଣପ୍ରବାସୀ କୋଟା ବିଲ୍ ଡ୍ରାଫ୍ଟକୁ ଅନୁମୋଦନ କରିଛି। ଏହି ବିଲ୍ ଯୋଗୁଁ ପ୍ରାୟ ଆଠ ଲକ୍ଷ ଭାରତୀୟଙ୍କୁ କୁଏତ ଛାଡିବାକୁ ପଡିପାରେ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ଗଲ୍ଫ ନ୍ୟୁଜ୍ ରିପୋର୍ଟ କରିଛି ଯେ, ଜାତୀୟ ଜାତୀୟ ଆସେମ୍ବଲିର  ଆଇନ ଏବଂ ବିଧାନସଭା କମିଟି ଅଣପ୍ରବାସୀ କୋଟା ବିଲ୍ ଡ୍ରାଫ୍ଟ ସାମ୍ବିଧାନିକ ଅଟେ ବୋଲି କହିଛି ।

ଏହି ବିଲ୍ ଅନୁଯାୟୀ କୁଏତରେ ଭାରତୀୟଙ୍କ ସଂଖ୍ୟା ୧୫ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ। ବିଲ୍‌ରେ କୁହାଯାଇଛି ଯେ, ସଂପୃକ୍ତ କମିଟିକୁ ହସ୍ତାନ୍ତର କରାଯିବା ଉଚିତ । ଏଥିପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ ହେବ । ଏହି ବିଲ୍ ଯୋଗୁଁ ପ୍ରାୟ ୮,୦୦,୦୦୦ ଭାରତୀୟଙ୍କୁ କୁଏତ ଛାଡିବାକୁ ପଡିପାରେ ବୋଲି ଆଉଟଲେଟ୍ ରିପୋର୍ଟ କରିଛି। କୁଏତର ଭାରତୀୟ ସମ୍ପ୍ରଦାୟ ହେଉଛି ସର୍ବ ବୃହତ ବିଦେଶୀ ସମ୍ପ୍ରଦାୟ । ଯାହାର ମୋଟ ସଂଖ୍ୟା ପ୍ରାୟ ୧୫ ଲକ୍ଷ ଅଟେ।

କରୋନାର ବଢୁଥିବା ସଂକ୍ରମଣ ସହିତ  ସେଠାରେ ରହୁଥିବା ପ୍ରବାସୀମାନଙ୍କ ବିରୁଦ୍ଧରେ ବୟାନବାଜି  ଆରମ୍ଭ ହୋଇଗଲାଣି । ଏହା ପରେ ସ୍ଥାନୀୟ ସରକାର ଏବଂ ସରକାରୀ କର୍ମଚାରୀମାନେ କୁଏତରୁ ବିଦେଶୀଙ୍କ ସଂଖ୍ୟା ହ୍ରାସ କରିବାକୁ କହିଥିଲେ। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, କୁଏତରେ ୪୯,୦୦୦ ରୁ ଅଧିକ କରୋନୋ ଭାଇରସ୍ ରିପୋର୍ଟ ହୋଇଛି। ସେହିପରି ରିପୋର୍ଟ ଆହୁରି ମଧ୍ୟ କୁହାଯାଇଛି ଯେ, ଗତ ମାସରେ କୁଏତର ପ୍ରଧାନମନ୍ତ୍ରୀ ଶେଖ ସବାହ ଅଲ ଖାଲିଦ ଅଲ ସବା ପ୍ରବାସୀଙ୍କ ସଂଖ୍ୟାକୁ ୭୦ ରୁ ୩୦ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ।

   Related Posts