Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମାସ୍କ ନପିନ୍ଧିଲେ ୮ ଲକ୍ଷ ଟଙ୍କା ଜରିମାନା, କରୋନା ପାଇଁ ଏତେ କଡା ନିୟମ କେଉଁଠି ?

28/04/2020 at 8:48 PM

ବର୍ଲିନ, ୨୮|୦୪:  ଜର୍ମାନୀରେ କରୋନା ଭାଇରସର ସଂକ୍ରମଣ କମ କରିବା ପାଇଁ କଡାକଡି ଭାବେ ଆଇନକୁ ପାଳନ କରାଯାଉଛି । ନୂଆ ନିୟମାନୁସାରେ ଏହି ଦେଶରେ ସାଧାରଣ ପରିବହନ ବ୍ୟବସ୍ଥା, ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା ଓ ଦୋକାନରେ ସଉଦାପତ୍ର କିଣିବା ପାଇଁ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ଏହି ନୂଆ ଆଇନ ସୋମବାରଠାରୁ ଦେଶର ୧୬ଟି ରାଜ୍ୟ ମଧ୍ୟରୁ ୧୫ଟି ରାଜ୍ୟରେ ଲାଗୁ ହୋଇ ସାରିଛି । ବୁଧବାର ଏହା ଆଉ ଏକ ରାଜ୍ୟରେ ଲାଗୁ ହେବ ।

ମାସ୍କ ଡ୍ୟୁଟୀ ନାମରେ ଜାରି ହୋଇଥିବା ଏହି ନିୟମ ଉଲଙ୍ଘନ କଲେ ଅଧିକ ଜରିମାନା ଦେବାକୁ ପଡିବ । ଏପରିକି ଜରିମାନା ରାଶି ୨୫ ୟୁରୋ ଅର୍ଥାତ ୨ ହଜାର ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ୟୁରୋ ବା ୮ ଲକ୍ଷ ୨୮ ହଜାର ହୋଇପାରେ । ଜରିମାନା ରାଶି ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ରହିଛି । ଜରିମାନାର ସର୍ବାଧିକ ରାଶି ୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । କିନ୍ତୁ କିଛି ରାଜ୍ୟ ଏତେ ପରିମାଣରେ ଜରିମାନା ଲଗାଇବାକୁ ମନା କରିଦେଇଛନ୍ତି । ବର୍ଲିନ ଓ ବ୍ରାଣ୍ଡନବର୍ଗ ଏତେ ପରିମାଣରେ ଜରିମାନା ରାଶି ନେବେ ନାହିଁ ବୋଲି କହିଛନ୍ତି ।

ସବୁଠାରୁ ଅଧିକ ଜରିମାନା ରାଶି ଦୋକାନୀଙ୍କଠୁ ନିଆଯିବ । ଦୋକାନର କେହି କର୍ମଚାରୀ ମାସ୍କ ନଲଗାଇଲେ ଜରିମାନା ଦେବେ । ତେବେ ଏହି ମାସ୍କ ମେଡିକାଲ ଆପ୍ରୁଭଡ୍ ନୁହେଁ ବୋଲି ସରକାର କହିଛନ୍ତି । ମାସ୍କ ବଦଳରେ ଲୋକମାନେ ସେମାନଙ୍କ ମୁହଁ ଓ ନାକକୁ ରୁମାଲରେ ମଧ୍ୟ ଘୋଡାଇପାରିବେ । ଏଠାରେ ଲୋକମାନେ ଘରେ ମାସ୍କ ତିଆରି କରୁଛନ୍ତି ।

   Related Posts