Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଗକୁ ସ୍ଥିତି ହେବ ଅଣାୟତ୍ତ, ଜୁଲାଇରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଟପିବ, ସତର୍କ କଲା ମିଚିଗାନ୍ ୟୁନିଭର୍ସିଟି

16/06/2020 at 8:55 PM

ନୂଆଦିଲ୍ଲୀ, ୧୬|୦୬ : ଜାରି ରହିଛି କରୋନା ଆତଙ୍କ । ବିଶ୍ୱରେ ପ୍ରତିଦିନ ପ୍ରାଣ ହରାଉଛନ୍ତି ହଜାର ହଜାର କୋଭିଡ-୧୯ ଆକ୍ରାନ୍ତ । ଭାରତରେ ମଧ୍ୟ ଶହ ଶହ ବ୍ୟକ୍ତି ପ୍ରାଣ ହରାଉଛନ୍ତି । ତେବେ ଏହି ଭାଇରସର ପ୍ରକୋପ ଏବେ ଥମିବାର ପ୍ରଶ୍ନ ଉଠୁନି ବୋଲି କହିଛି ମିଚିଗାନ ୟୁନିଭର୍ସିଟି । ୟୁନିଭର୍ସିଟିର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଲାଇଭ୍ ମିଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜୁଲାଇଦେ ଦେଶରେ କରୋନା ମାମଲା ୮ ଲକ୍ଷ ଟପିବ । ଭାରତ ବିଶ୍ୱ ରାଙ୍କରେ କରୋନା ମ୍ୟାପରେ ତୃତୀୟ ସ୍ଥାନରେ ପହଁଚିଯିବ । ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିବ । ଏହି ଷ୍ଟଡିରେ ସାମିଲ ଥିବା ୟୁନିଭର୍ସିଟିର ପ୍ରଫେସର ଭ୍ରମର ମୁଖାର୍ଜୀ କହିଛନ୍ତି ଯେ, ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବ  । ଏହା କେତେ ଉପରେ ରହିବ ତାହା କହିବା ଏବେଠୁ ଅସମ୍ଭବ । ଆଉ କିଛି ମାସ ପାଇଁ ପାଇଁ ଚ୍ୟାଲେଞ୍ଜିଂ ହେବ । ତେବେ ଭାର୍ଗବ ଏହି ରିପୋର୍ଟକୁ ନିଜର ଓ୍ୱେବସାଇଟରୁ ହଟାଇ ଦେଇଛନ୍ତି । ଲୋକଙ୍କୁ ଭୟଭୀତ କରିବା ତାଙ୍କର ଉଦ୍ଦ୍ୟେଶ୍ୟ ନୁହେଁ ବୋଲି ସେ କହିଛନ୍ତି ।

ଭାରତ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୫ରେ ଦେଶରେ ଲକଡାଉନ୍ ଜାରି କରିଥିଲେ । ଫଳରେ ଦେଶର ଅର୍ଥନୀତି ବିପର୍ଯ୍ୟୟର ଶିକାର ହୋଇଥିଲା । ହଜାର ହଜାର ଯୁବକ ଚାକିରୀ ହରାଇଥିଲା । ଶ୍ରମିକମାନେ ରୋଜଗାର ହରାଇଥିଲେ । ଏହା ସତ୍ତ୍ନେ ଦେଶରେ ଏବେ ପ୍ରତିଦିନ ୧୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ମୋଟ ମାମଲା ୩୪୩,୦୦୦ରେ ପହଁଚିଛି । ବିଶ୍ୱ ରାଙ୍କରେ ଭାରତ ଆମେରିକା, ବ୍ରାଜିଲ ଓ ଋୁଷିଆ ପରେ ଚତୁର୍ଥ ସ୍ଥାନରେ ରହିଛି ।

ସୂଚନାଯୋଗ୍ୟ, ଦେଶରେ ଏବେସୁଦ୍ଧା ୩ଲକ୍ଷ ୪୩ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୯୦୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧ ଲକ୍ଷ ୮୦ ହଜାର ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts