ଡେଲାଙ୍ଗ ରାଡୁଅ ଛକ ନିକଟରୁ ୮ଲକ୍ଷ ୯୬ହଜାର ଟଙ୍କା ଜବତ

Published By : Prameya-News7 Bureau | April 05, 2019 IST

ଡେଲାଙ୍ଗ ୫|୪ : ପୁରୀ ଜିଲ୍ଲା ଡେଲାଙ୍ଗ ରାଡୁଅ ଛକ ନିକଟରୁ ୮ ଲକ୍ଷ ୯୬ ହଜାର ଟଙ୍କା ଜବତ ହୋଇଛି । ଡେଲାଙ୍ଗରୁ କଣାସ ଯାଉଥିଲା ଏହି କାର୍ । ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ଓ ଡେଲାଙ୍ଗ ପୋଲିସ ଓଡି୦୨ଏବି୪୭୭୭ ନମ୍ବର ଏକ କାରରୁ ଏହି ଟଙ୍କା ଜବତ କରିଛି ।  କଣାସ ଜଙ୍ଘାର ଅଞ୍ଚଳର ବିଭୂତି ସ୍ବାଇଁଙ୍କଠାରୁ  ଜବତ କରାଯାଇଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି ।  ଠିକାଦାର ଜଣଙ୍କ କେଉଁ ଠାରୁ ଏତେ ଟଙ୍କା ଆଣିଲେ ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସ ସନ୍ଦେହଜନକ ସମ୍ପତି ହିସାବରେ ୧୦୨ ସିଆରପିସି ଆକ୍ଟରେ ଏହାକୁ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.