ନେପାଳର ହୋଟେଲରୁ ମିଳିଲା କେରଳର ୮ଜଣ ପର୍ଯ୍ୟଟକଙ୍କ ଶବ : ଗ୍ୟାସ୍ ହିଟର ଯୋଗୁଁ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | January 21, 2020 IST

ମକଓ୍ବାନପୁର ୨୧/୧: ନେପାଳରେ କେରଳର ୮ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଛି। ପର୍ଯ୍ୟଟକଙ୍କ ଶବ ଆଜି ସକାଳେ ଦମନର ଏକ ରିସୋର୍ଟରୁ ମିଳିଛି। ପୋଲିସଙ୍କ କହିବା ଅନୁସାରେ ଏବେ ଯାଏଁ ପର୍ଯ୍ୟଟକଙ୍କ ପରିଚୟ ମିଳିପାରି ନାହିଁ। କିନ୍ତୁ ଏମାନଙ୍କ ମୃତ୍ୟୁ ଗ୍ୟାସ୍ ହିଟର ଯୋଗୁଁ ହୋଇଛି।

ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨ଜଣ ଦମ୍ପତି ଏବଂ ୪ଜଣ ଶିଶୁ। ଏମାନେ ୧୫ଜଣିଆ ଗ୍ରୃପ୍ ସହ କେରଳରୁ ନେପାଳର ପୋଖରା ବୁଲିବାକୁ ଆସିଥିଲେ। ପୋଖରା ନେପାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ମୃତକଙ୍କ ଶବ ପୋଷ୍ଟମର୍ଟମ ପରେ ଆସନ୍ତା କାଲି କେରଳ ଅଣାଯିବ।

ଏହି ଦୁଃଖଦ ଘଟଣାରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖି କେରଳର ଦମନର ଏକ ରିସୋର୍ଟର ରୁମରୁ ମୃତ ଅବସ୍ଥାରେ କେରଳର ୮ଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ନିଜ ମନ୍ତ୍ରଣାଳୟରୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.