Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆସନ୍ତାକାଲିର ରାଶିଫଳ, ଜାଣନ୍ତୁ କାଲି କେମିତି କଟିବ ଆପଣଙ୍କ ଦିନ

7/07/2021 at 9:51 PM

ମେଷ – ଲକ୍ଷ୍ୟ ପୂରଣ ପାଇଁ ପ୍ରଚେଷ୍ଟା ଅବ୍ୟାହତ ରଖିବେ । ବିବେକାନୁମୋଦିତ କାର୍ଯ୍ୟ କରିବେ । ପ୍ରଶଂସା ଓ କର୍ମ ପ୍ରେରଣା ମିଳିବ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେବେ । ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

 ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ବୃଷ – ଜୀବନ ଶୈଳୀରେ ବ୍ୟତିକ୍ରମ ସାଧାରଣ ସ୍ୱାସ୍ଥ୍ୟ ଭଙ୍ଗର କାରଣ ହେବ । ସମସ୍ୟା ସମାଧାନ, ଆର୍ଥିକ ଉନ୍ନତି, ସନ୍ତାନ ସୁଖ ଓ ପରୋପକାର କରି ଆତ୍ମସନ୍ତୋଷ ପାଇବେ । ପତିତ ଅର୍ଥ ଉଦ୍ଧାର ପାଇଁ ପ୍ରଚେଷ୍ଟା ଆବଶ୍ୟକ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

 ବ୍ୟବସାୟୀ- ବିଜୟୀ ହେବେ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

 ରୋଗୀ- ସୁସ୍ଥ ଅନୁଭବ କରିବେ ।

 ଚାଷୀ- ସାଙ୍ଗରେ ପାଣି ନେଇ ବାହାରନ୍ତୁ ।

ମିଥୁନ – ପରିବାରରେ ସ୍ନେହ ସହିଚ୍ଛା ପାଇବେ । ଭୂମି ସମ୍ପର୍କୀୟ ବିବାଦ ଠାରୁ ଦୂରରେ ରହିବା ହିତକର । ମନରେ ଉତ୍ସାହ ଆସିବ । କେତେକ ବିଶେଷ କାର୍ଯ୍ୟ ସହଜରେ ହାସଲ କରିପାରିବେ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

 ଗୃହିଣୀ- ସୁଖଭାରା ଦିନଟି ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 କର୍ମଜୀବି- କାର୍ଯ୍ୟରେ ଶିଥିଳତା ଆସିବ ।

 ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାର କରିବେ ।

 ରୋଗୀ- ଚକ୍ଷୁ ପୀଡା ହେବ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

କର୍କଟ – ସ୍ୱଚ୍ଛଳତା ଓ ସମ୍ପନ୍ନତା ପ୍ରତି ଆଶାବାଦୀ ହେବେ । ଦେହ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ପାରସ୍ପରିକ ବୁଝାମଣା ସଠିକ୍ ରହିବ । ଦୂର ଯାତ୍ରାରେ ସଫଳତା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

 ଗୃହିଣୀ- ମାନସିକ ଶାନ୍ତି ପାଇବେ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 କର୍ମଜୀବି- ଜଳଯାତ୍ରା ମନା ।

 ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।

 ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ସିଂହ – ବୌଦ୍ଧିକ କାର୍ଯ୍ୟରେ ଅଧ୍ଚଳ ସଫଳତା ମିଳିବ । ଜିଦ ଓ କ୍ଷଣକୋପ ଯୋଗୁ ପାରିବାରିକ ଅଶାନ୍ତି ଆସିବ । ଉଚ୍ଚ ବର୍ଗ ସହିତ ସୁସମ୍ପର୍କ ରହିବ । ଗୃହ ଉପକରଣ କ୍ରୟ କରିବେ । ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାଜନକ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

 ଗୃହିଣୀ- ମିତ୍ର ସୁଖ ପାଇବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

 ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

କନ୍ୟା – ନିର୍ମାଣମୂଳକ କାର୍ଯ୍ୟରେ ଅହେତୁକ ବିଳମ୍ବ ମନକୁ ଭାରାକ୍ରାନ୍ତ କରିବ । ପାରିବାରିକ ଅଶାନ୍ତି ରହିବ । ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିପାରିବେ । ସାମୟିକ ଭାବରେ ବିଶୃଙ୍ଖଳିତ ସ୍ଥିତି ଆସିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ସଫଳତା ମିଳିବ ।

 ଗୃହିଣୀ- ସୁଖ ଅନୁଭବ କରିବେ ।

ତୁଳା – ଘାତଚନ୍ଦ୍ର ଭୋଗ ହେତୁ ଦିନଟି ଅଶୁଭ ଫଳ ଦାୟକ ହୋଇପାରେ । ମନରେ ଦୁଃଶ୍ଚିନ୍ତା ବଢିବ । କାର୍ଯ୍ୟ ଉପଲକ୍ଷେ ଧନବ୍ୟୟ ଏବଂ ସାମାଜିକ ପ୍ରତିଷ୍ଠା ଲାଭ ହେବ । ଦୂର ଯାତ୍ରାରେ କ୍ଷତି ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

 ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

 ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

 କର୍ମଜୀବି- କର୍ମଚଞ୍ଚଳ ରହିବେ ।

 ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

 ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

 ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ବିଛା – ଅର୍ଥାଭାବ କାରଣରୁ କେତେକ କାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ବନ୍ଧୁ, ପ୍ରିୟଜନମାନେ ସହ ଯୋଗ ଅବ୍ୟାହତ ରଖିବେ । ମଙ୍ଗଳ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିବେ । ଧର୍ମ ନିଷ୍ଠା ବଢିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

 ଗୃହିଣୀ- ମିତ୍ର ସୁଖ ପାଇବେ ।

 ବ୍ୟବସାୟୀ- ଚୌର ଭୟ ଅଛି ।

 କର୍ମଜୀବି- କର୍ମଚଞ୍ଚଳ ରହିବେ ।

 ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

 ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।

 ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ଧନୁ – କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି । କର୍ମ କ୍ଷେତ୍ରରେ ଉତ୍ସାହ ଓ ଅନୁପ୍ରେରଣା ଲାଭ କରିବେ ।  ସରକାରୀ ସ୍ତରରୁ ଅର୍ଥାଗମ ଯୋଗ ଭୋଗ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ୟୋଗା କରନ୍ତୁ ।

 ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

 କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

 ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

 ଗୃହିଣୀ- ପରକୁ ଆପଣାର କରିବେ ।

ମକର – ସମଷ୍ଟିଗତ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିବେ । ଆବଶ୍ୟକତା ଠାରୁ ଅଧିକ ବ୍ୟୟ ଭାର ମଧ୍ୟ ପଡିବ । ପରିବାରର ସଦସ୍ୟମାନେ ସହ ଯୋଗ ପ୍ରଦାନ କରିବେ । ବସ୍ତ୍ରଭୂଷଣ ଲାଭ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

 ଚାଷୀ- ଉତ୍ତମ ଫଳ ପାଇବେ ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

କୁମ୍ଭ – ଶୁଭ ଦିନଟିଏ । କିଛି ଲୋକଙ୍କୁ ଆପଣାର କରିବେ । ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ପରିବାରରେ ଉତ୍ତମ ବୁଝାମଣା ରହିବ । ସୁଭୋଜନ ମିଳିବ । ସାହିତ୍ୟ ଗଠନ ଓ ଆଧ୍ୟାତ୍ମିକ ରୁଚି ଅଧିକ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

 ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମୀନ – ମାନସିକ ଦୁଃଖ ଅନୁଶୋଚନ ଲାଘବ ହେବ । ଦେହ ସୁସ୍ଥ ରହିବ । ନୂତନ ଉଦ୍ୟମକୁ ସଫଳ କାର୍ଯ୍ୟରୂପ ଦେଇପାରିବେ । ଦୟା ଧର୍ମ, ଭାବ ବଢିବ । ଗୁରୁ ଦେବତା ବ୍ରାହ୍ମଣ ଭକ୍ତି ରହିବ ।ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

 ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

 ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

 ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

 କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।

 ବ୍ୟବସାୟୀ- ଅର୍ଥ ଲାଭ ହେବ ।

 ଗୃହିଣୀ- ସୁଖୀ ହେବେ ।

   Related Posts