ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ

Published By : Prameya-News7 Bureau | June 22, 2021 IST

ଟାଙ୍ଗୀ ୨୨।୬: ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସର ଚଢ଼ାଉ । ଜୁଆ ଖେଳ ସରଞ୍ଜାମ ସହିତ ୪ଟି ବାଇକ୍ ଏବଂ ୮ ଜୁଆଡି ଗିରଫ ହୋଇଛନ୍ତି । ଏହାସହ ନଗଦ ୭୨ ହଜାର ୨୪୦ ଟଙ୍କା ଜବତ କରିଛି ଟାଙ୍ଗୀ ପୋଲିସ ।  

{"id":469593,"sizeSlug":"large","linkDestination":"none"}

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆଡିଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ନିରୀକ୍ଷକ ଦୁଇଟି ଟିମ୍ ଗଠନ କରି ଦୁଇଟି ସ୍ଥାନରେ (ମଙ୍ଗଳାଯୋଡି ଏବଂ ବେଣୀ ପଥର) ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ୮ ଜୁଆଡିଙ୍କୁ ଗିରଫ କରିଛି । ଟାଙ୍ଗୀ ଥାନାରେ ପ୍ରେସ୍ ମିଟ୍ ଜରିଆରେ ବାଲୁଗାଁ  SDPO ଏ ନେଇ ସୂଚନା ଦେଇଛନ୍ତି ।  ଗିରଫ ଜୁଆଡିମାନେ ହେଲେ ପ୍ରଦୀପ କୁମାର ଜେନା, ସୁରେନ୍ଦ୍ର ବିଶ୍ବାଳ, ସୁଶାନ୍ତ ମଲ୍ଲିକ, ଚିତ୍ତରଞ୍ଜନ ସାହୁ, ପ୍ରଫୁଲ୍ଲ ରାଉତ, ସଞ୍ଜୟ ସାହୁ, ଅର୍ଜୁନ ନାୟକ, ସଞ୍ଜୟ କୁମାର ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.