୮ ତାରିଖରେ ଭାରତ ବନ୍ଦ,ବିଭିନ୍ନ ବ୍ୟାଙ୍କ ୟୁନିଅନ୍‌ ବି ଅଂଶ ଗ୍ରହଣ କରିବେ

Published By : Prameya-News7 Bureau | January 06, 2020 IST

ନୂଆଦିଲ୍ଲୀ ୦୫।୦୧ - କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତି ବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ବାରତ ବନ୍ଦ ଡାକରା ଦିଆଯାଇଛି । ଏଥିଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ ।

{"id":207522,"width":574,"height":402,"sizeSlug":"large"}

ସିଟୁ ର ସାଧାରଣ ସମ୍ପାଦର ତପନ ସେନ ଏହି ସୂଚନା ଦେଇଛନ୍ତି । ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ଅଭିଯୋଗରେ ଏହି ବନ୍ଦ ଡାକରା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଭାଗ ନେବା ବୋଲି ସେ ସୂଚନା ଦେଇଛନ୍ତ ।

ବିଭିନ୍ନ ବ୍ୟାଙ୍କି ସେବା ସହ ରେଳ ସେବା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବବୋଲି ଜଣା ପଡିଛି ।

ଶ୍ରିମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନ କୁ ବିରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.