ସିରିଜ୍‌ ଦୁର୍ଘଟଣା : ଡାଲା ଅଟୋ-ପାସେଞ୍ଜର ଅଟୋ-କାର୍ ମଧ୍ୟରେ ଧକ୍କା, ୮ ଜଣ ଆହତ

Published By : Prameya-News7 Bureau | October 13, 2021 IST

ବାଲିପାଟଣା ୧୩।୧୦: ବାଲିପାଟଣା-ବନମାଳୀପୁର ରାସ୍ତା ସରିପୁର ଛକ ନିକଟରେ ସିରିଜ୍ ଦୁର୍ଘଟଣା । ଡାଲା ଅଟୋ, ପାସେଞ୍ଜର ଅଟୋ ଏବଂ କାର୍ ମଧ୍ୟରେ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି । ୪ ଗୁରୁତରଙ୍କୁ ପ୍ରଥମେ ବାଲିପାଟଣା ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଉଛନ୍ତି ଆଇତଳଙ୍ଗ ଗ୍ରାମର ରାମଚନ୍ଦ୍ର ବେହେରା, ଗୁଆପୁର ଗ୍ରାମର ଚଗଲା ଭୋଇ, ଜୟରାମ ପରିଡା ଏବଂ କିଆଯୋରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ ।

ଅପରାହ୍ନ ପ୍ରାୟ ୪ଟାରେ ଭୁବନେଶ୍ଵରରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ଛେନା ବୋଝେଇ ଅଟୋକୁ ଧକ୍କା ଦେଇଥିଲା ଡାଲା ଅଟୋ । ପରେ ଏକ କାର୍ ମଧ୍ୟ ଏହି ଗାଡି ସହ ପିଟି ହୋଇଥିଲା । ଦୁର୍ଘଟଣାରେ ଛେନା ବୋଝେଇ ଅଟୋ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଛେନା ଅଟୋରେ ଥିବା ଛେନା ବେପାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ଘଟାଇଥିବା ଡାଲା ଅଟୋର ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.