Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଉଭୟ ପକ୍ଷରୁ ୮ ଗୁରୁତର

10/10/2020 at 5:54 PM

ଭଦ୍ରକ ୧୦।୧୦: ପୂର୍ବ ଶତ୍ରୁତାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି । ଭୁଜାଲି ଓ ଟାଙ୍ଗିଆ ମାଡରେ ଦୁଇ ପକ୍ଷରୁ ୮ ଜଣ ଗୁରୁତର ହୋଇଛନ୍ତି । ଉତ୍ତେଜନାକୁ ନେଇ ଗାଁରେ ପୋଲିସ ମୁତୟନ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ପାଳିକିରି ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି । ଗାଁର ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଗୋଟିଏ ପକ୍ଷର ଜନୈକ ବ୍ୟକ୍ତି ଘରକୁ ଫେରୁଥିବା ବେଳେ ଅପରପକ୍ଷର ଲୋକେ ଆକ୍ରମଣ ଉଦ୍ୟମ କରିଥିଲେ । ସେ ସେଠାରୁ ଯାଇ ପଡୋଶୀଙ୍କ ଘରେ ଲୁଚି ଯାଇଥିଲେ ।

ପରେ ଖବର ପାଇ ଉଭୟ ପକ୍ଷ ସେହି ଘର ନିକଟରେ ପହଞ୍ଚିଥିଲେ । ପରେ ପରସ୍ପର ମଧ୍ୟରେ ଭୁଜାଲି, ଟାଙ୍ଗିଆ ଭଳି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରତର ହେବାରୁ କେତେକ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଧାମନଗର ପୋଲିସ ଗାଁରେ ପହଁଚିଛି । ଉତ୍ତେଜନାକୁ ନଜରରେ ରଖି ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇନାହିଁ  ।

   Related Posts