ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ

Published By : Prameya-News7 Bureau | April 13, 2021 IST

ଖୋର୍ଦ୍ଧା ୧୩।୪: ସିମୋର ପଞ୍ଚାୟତ ଅଫିସ ନିକଟରେ ଅଟୋ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  କାର୍ ଡ୍ରାଇଭର ମଦ ପିଇ ଗାଡି ଚଲାଉଥିବା ସୂଚନା ମିଳିଛି । କାର୍ ଡ୍ରାଇଭରକୁ ଅଟକ ରଖି ସ୍ଥାନୀୟ ଲୋକେ ବାଘମାରୀ ପୋଲିସ ଜିମା ଦେଇଛନ୍ତି ।

{"id":437914,"width":839,"height":461,"sizeSlug":"large","linkDestination":"none"}

ଅଟୋଟି ପଙ୍ଗାରସିଂହରୁ କଡାମଲ୍ଲ ଯାଉଥିବାବେଳେ କାର୍ ଟି କଳାପଥରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ୮ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.