Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଫୁଲ ଚାରାକୁ ନେଇ ସଂଘର୍ଷ : ଭୁଜାଲି ଓ ଠେଙ୍ଗା ମାଡରେ ୮ ଆହତ

4/07/2020 at 9:48 AM

ସୋର ୪।୭: ଫୁଲ ଚାରାକୁ ନେଇ ସଂଘର୍ଷ । ଭୁଜାଲି ଓ ଠେଙ୍ଗା ମାଡରେ ୮ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁର ଅଙ୍ଗନଓ୍ବାଡି ୱାର୍କର ମଞ୍ଜୁଲତା ଗିରିଙ୍କ ଘରୁ କିଛି ଦିନ ତଳେ ଫୁଲଚାରା ଚୋରି ହୋଇଥିଲା । ଯାହାକୁ ନେଇ ଗାଁର ଭାଷ୍କର ସାହୁ ଓ କରୁଣାକର ସାହୁଙ୍କୁ ପଚାରିଥିଲେ ମଞ୍ଜୁଲତା । ଘଟଣାକୁ ନେଇ ଉଭୟ ମଞ୍ଜୁଲତାଙ୍କୁ ଗାଳିଗୁଲଜ କରିଥିଲେ । ତେବେ ଘଟଣା ବିଷୟରେ ମଞ୍ଜୁଲତା ଗ୍ରାମବାସୀଙ୍କୁ ଅବଗତ କରିଥିଲେ । ଆସନ୍ତା ରବିବାର ଦିନ ଉଭୟ ପକ୍ଷର ଅଭିଯୋଗ ଶୁଣିଥାନ୍ତେ ଗ୍ରାମବାସୀ ।

କିନ୍ତୁ ଶୁକ୍ରବାର ବିଳମ୍ବିତ ରାତିରେ ଭାଷ୍କର ଓ କରୁଣାକର ତାଙ୍କ ପରିବାର ସଦସ୍ୟ ଏବଂ କିଛି ଲୋକଙ୍କୁ ଆଣି ମଞ୍ଜୁଲତାଙ୍କ ଉପରେ ଆକ୍ରମଣ କରିଥିଲେ । ମଞ୍ଜୁ ଚିତ୍କାର କରିବାକୁ ଗାଁ ଲୋକ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରତିରୋଧ କରିବା ବେଳେ ୮ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖଇରା ପୋଲିସ ୧୧ ଜଣଙ୍କୁ ଅଟକ ରଖିଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।

   Related Posts