ସୁବର୍ଣ୍ଣପୁର ୨୧।୨: ପୋଲ ତଳକୁ ଖସିଲା ଅଟୋ । ଅଳ୍ପକେ ବର୍ତ୍ତିଲେ ୮ ଯାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବୁରୁବୁଡା ବ୍ରିଜରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ଅଟୋ । ଅଟୋରେ ୮ ଜଣ ଯାତ୍ରୀ ଯାଉଥିବାବେଳେ ସାମାନ୍ୟ ଆହତ ହୋଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।
{"id":227000,"sizeSlug":"large"}ବୁରୁବୁଡା ଠାରୁ ଖଣ୍ଡହତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବ୍ରିଜଠାରେ ଏହି ଦୁର୍ଘଟଣା ହୋଇଥିଲା । ବୁରୁବୁଡା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।