ପିକଅପ୍ ଭଡାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୨ ମହିଳାଙ୍କ ସମେତ ୮ ଆହତ

Published By : Prameya-News7 Bureau | November 30, 2021 IST

ଆନନ୍ଦପୁର, ୩୦/୧୧: ପିକଅପ୍ ଭଡାକୁ କେନ୍ଦ୍ରକରି ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଭୁଜାଲି, କାତି ଓ ଲୁହା ରଡରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିବା କାରଣରୁ ଦୁଇ ପକ୍ଷରୁ ମୋଟ ୮ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି । ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ମୋଚିନ୍ଦା ଗାଁର ଉଭୟ ସାର୍ତ ସାହୁ ଓ ଅଙ୍କୁରା ସାହୁଙ୍କର ପିକଅପ୍ ଭ୍ୟାନ ଅଛି । ଏହାକୁ ଉଭୟ ପରିବାର ଭଡା ସୂତ୍ରରେ ଦେଇଥାନ୍ତି । ଆଜି ଜଣେ ବ୍ୟକ୍ତି କେନ୍ଦୁଝରକୁ କିଛି ସାମଗ୍ରୀ ନେଇଯାବାକୁ ସାର୍ତ ସାହୁଙ୍କ ପୁଅ ସହ ପିକଅପ୍ ଭଡା ଛିଡାଇଥିଲା । ଏହି କଥା ଜାଣିପାରି ନିକଟରେ ଥିବା ଅଙ୍କୁରା ସାହୁଙ୍କ ପୁଅ ଉକ୍ତ ବ୍ୟକ୍ତିଙ୍କୁ ଅଧାଦରରେ ନେଇଯିବାକୁ କହିଥିଲେ । ଫଳରେ ଏହି ଘଟଣାକୁ କେନ୍ଦ୍ରକରି ପ୍ରଥମେ ଯୁକ୍ତିତର୍କ ଓ ପରେ ଗଣ୍ଡଗେଳ ସୂତ୍ରପାତ ହୋଇଥିଲା । ଖବରପାଇ ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ପରିସ୍ଥତି ଉପରେ ନଜର ରଖି ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.