ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର

Published By : Prameya-News7 Bureau | February 28, 2019 IST

ରେଙ୍ଗାଲୀ ୨୮|୨:  ସୁବର୍ଣ୍ଣପୁର ଜିଲ୍ଲା ରେଙ୍ଗାଲୀ ପଞ୍ଜାୟତରେ ରାଏପାଲି ଗାଁରେ ଅଗ୍ନିକାଣ୍ଡ ହୋଇଛି । ଦୁଇଟି ପରିବାର ୮ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ବିଦ୍ୟୁତ୍ ସର୍ଟ ସର୍କିଟକୁ ଲାଗିଥିବା ଜଣାପଡିଛି । ସୋନପୁରରୁ ଦମକଳବାହିନୀ ଯାଇ ନିଆଁକୁ ଆୟତ୍ତ କରିଛି । ଆଜି ପାହାନ୍ତିଆରୁ ଏହି ଅଗ୍ନିକାଣ୍ଡ ଘଟିଛି । ଗାଁର ଦୁଇଟି ପରିବାର ଜଗନ୍ନାଥ ଭୋଇ ଏବଂ ମହାଜନ ସାହୁଙ୍କ ୮ ବଖରା ଘର ପୋଡି ଲକ୍ଷାଧିକ ସମ୍ପତ୍ତି ପୋଡି ଯାଇଛି । ଖଲିଆପାଲି ରାଜସ୍ବ ନିରିକ୍ଷକ ଅଗ୍ନିବିପନ୍ନଙ୍କ ପରିବାର ପାଖରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.