ବାର୍‌ହା ଶିକାରରେ ଯାଇଥିବା ଶିକାରୀ ନିଜେ ହେଲେ ଶିକାର, ଜଙ୍ଗଲରେ ଜାଳିଦେଇଥିବା ଅଭିଯୋଗରେ ୮ଅଟକ

Published By : Prameya-News7 Bureau | September 15, 2019 IST

କଳାହାଣ୍ଡି ୧୫।୯: ବାରହା ଶିକାର ପାଇଁ ଯାଇଥିବା ଶିକାରୀ ନିଜେ ଶିକାର ହୋଇଯାଇଛନ୍ତି । ଘଟଣାକୁ ଚପାଇବାକୁ ଯାଇ ମୃତକଙ୍କ ଶବକୁ ଜଙ୍ଗଲରେ ମିଳିମିଶି ଜାଳି ଦେଇଥିଲେ ୮ ଜଣ ଶିକାରୀ ।

{"id":157997}

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବଜରଗଡ ଜଙ୍ଗଲର ଘଟଣା । ମୃତକ ରାଜୁ ମାଝୀଙ୍କର  ମୃତଦେହର ହାଡ ପାଉଁଶ ପୋଲିସ ଜବତ କରିଛି  । ଘଟଣ ରେ ସଂପୃକ୍ତ ରାଇଦୁନୀପଦର ଗାଁର ଆଠ ଜଣଙ୍କୁ କେସିଙ୍ଗା ପୋଲିସ  ଅଟକ ରଖି ପଚାରାଉଚରା କରୁଛି । ଗତ ୧୦ ତାରିଖର ଘଟଣା । ବାରାହା ଶିକାର ପାଇଁ ଯାଇଥିବା ବେଳେ ଦେଶୀ ବନ୍ଧୁକ ଗୁଳିରେ ରାଜୁ ମାଝୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ଭଉଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.