Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

IPL ଆରମ୍ଭ ପୂର୍ବରୁ ୱାଙ୍ଖଡ଼େ ଷ୍ଟାଡିୟମ୍‌ର ୮ ଜଣ କରୋନା ପଜିଟିଭ୍‌, ବନ୍ଦ ହୋଇଯିବ କି ଆଇପିଏଲ୍‌ !

3/04/2021 at 11:58 AM

ମୁମ୍ୱାଇ, ୦୩/୦୪: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ବା ଆଇପିଏଲ୍‌ର ସିଜିନ୍‌ ୧୪ ଆରମ୍ଭ ହେବାକୁ ଆଉ କମ୍‌ ଦିନ ବାକି ଅଛି । ବିଶ୍ୱର ସବୁଠାରୁ ଏହି ଚର୍ଚ୍ଚିତ ଟି-୨୦ ଲିଗ୍‌ ଭାରତର ୬ଟି ସହରରେ ଖେଳା ଯିବାକୁ ନିର୍ଦ୍ଧାରିତ ହୋଇଛି । ଚେନ୍ନାଇରେ ୯ ଏପ୍ରିଲ୍‌କୁ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଏହା ଚଳିତ ସିଜିନ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ । କିନ୍ତୁ ଦେଶରେ ବଢ଼ୁଥିବା କରୋନା ମାମଲା ଏଥିପାଇଁ ଚିନ୍ତା ବଢ଼ାଇଛି ।


ଏଥି ମଧ୍ୟରେ ଅନ୍ୟ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ମୁମ୍ୱାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ କାର୍ଯ୍ୟ କରୁଥିବା ୮ ଜଣ ଗ୍ରାଉଣ୍ଡ ଷ୍ଟାଫ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ଷ୍ଟାଡିୟମ୍‌ରେ ଆଇପିଏଲ୍‌ର ୧୦ଟି ମ୍ୟାଚ୍‌ ଖେଳାଯିବ । ରିପୋର୍ଟ ମୁତାବକ ପୂର୍ବ ସପ୍ତାହରେ ୧୯ ଜଣ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୬ ତାରିଖରେ ୩ ଜଣ କରୋନା ସଂକ୍ରମିତ ହୋଇଥିଲେ । ପରେ ଏପ୍ରିଲ୍‌ ୧ ତାରିଖରେ ଆଉ ୫ ଜଣ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହେବାକୁ ଥିବା ଆଇପିଏଲ୍‌ ମଧ୍ୟରେ ୧୦ ଅପ୍ରିଲ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ହେଲେ ଗ୍ରାଉଣ୍ଡ ଷ୍ଟାଫ୍‌ କରୋନା ପଜିଟିଭ୍‌ ବାହାରିବା ପରେ ଏବେ ବିସିସିଆଇର ଚିନ୍ତା ବଢ଼ିଯାଇଛି । ବାହାର ଲୋକଙ୍କୁ ଅନୁମତି ନଦେଇ ଏହି ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ହୋଇଛି ।

ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଆଇପିଏଲ୍‌ ସୂଚୀ-

୧୦ ଏପ୍ରିଲ୍ ସନ୍ଧ୍ୟା ୭.୩୦ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୧୨ ଏପ୍ରିଲ୍ ୭.୩୦ – ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ

୧୫ ଏପ୍ରିଲ୍ ୭.୩୦- ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୧୬ଏପ୍ରିଲ୍ ୭.୩୦ – ପଞ୍ଜାବ କିଙ୍ଗସ୍ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

୧୮ ଏପ୍ରିଲ୍  ୭.୩୦ – ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗସ୍

୧୯ ଏପ୍ରିଲ୍ ୭.୩୦ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ

୨୧ ଏପ୍ରିଲ୍ ୭.୩୦ – କୋଲକାତା ନାଇଟ୍ ରାଇଡର୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

୨୨ ଏପ୍ରିଲ୍ ୭.୩୦ – ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ

୨୪ ଏପ୍ରିଲ୍ ୭.୩୦ – ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ

୨୫ ଏପ୍ରିଲ୍ ୩.୩୦ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

   Related Posts