ଘର ଭିତରେ ଖଟ ତଳେ ଶୋଇଥିଲା କୁମ୍ଭୀର ; ଦେଖି ଛାନିଆ ହୋଇଗଲେ ଚାଷୀ

Published By : Prameya-News7 Bureau | March 28, 2019 IST

ଆନନ୍ଦ ୨୮/୩ : ଗୁଜରାଟ ଆନନ୍ଦ ଜିଲ୍ଲାର ମଲାତଜ ଗାଁରେ ଜଣେ ଚାଷୀଙ୍କ ଘର ଭିତରୁ ଏକ ବଡ କୁମ୍ଭୀର ଉଦ୍ଧାର ହୋଇଛି | ଚାଷୀ ଜଣକ ରାତିରେ ନିଜ ଖଟ ତଳେ କିଛି ଗୋଟାଏ ଚମକୁଥିବା ଦେଖିଥିଲେ | ଚାଷୀଙ୍କ ଖଟ ତଳେ ୨ଟି ଆଖି ଚମକୁଥିଲା | ତାଙ୍କ ଖଟ ତଳେ ଏକ ୮ ଫୁଟ ଲମ୍ବର କୁମ୍ଭୀର ଥିଲା | ଏହା ଦେଖି ଚାଷୀ ଭୟରେ ଝାଳନାଳ ହୋଇଯାଇଥିଲେ |

{"id":97646}


ଚାଷୀ ବାବୁଭାଇ ପରମାରଙ୍କ ଘରେ ଏହି କୁମ୍ବୀର ବିଳମ୍ବିତ ରାତିରେ ପଶିଯାଇଥିଲା | ସେତେବେଳେ ସେ ନିଘୋଡ଼ ନିଦ୍ରାରେ ଶୋଇପଡ଼ିଥିଲେ | କୁମ୍ଭୀର ମଲାତଜ ଗାଁରୁ ୫୦୦ ମିଟର ଦୂରରେ ଥବା ଏକ ପୋଖରୀ ଆସିଥିବ ବୋଲି ଗ୍ରାମବାସୀ ସନ୍ଦେହ କରିଥିଲେ | କୁମ୍ଭୀରକୁ ଧରି ପୁଣି ସେହି ପୋଖରୀରେ ଛାଡି ଦିଆଯାଇଥିଲା |

{"id":97647}


ବାବୁଭାଇ ପରମର କହିଛନ୍ତି ଯେ, ସବୁଦିନ ଭଳି ସେଦିନ ମଧ୍ୟ ସବୁ ପଶୁଙ୍କୁ ଗୁହାଳରେ ବାନ୍ଧି ସେ ଘରକୁ ଫେରିଥିଲେ | ଘରକୁ ଆସି ସେ ଖାଇକି ଶୋଇପଡ଼ିଥିଲେ | ବିଳମ୍ବିତ ରାତିରେ ଅଚାନକ କୁକୁରମାନେ ଭୁକିବା ଆରମ୍ଭ କରିଥିଲେ | ଏତେ ଗୁଡ଼ାଏ କୁକୁର ଭକୁଥିବା ଶୁଣି ବାବୁଭାଇ କିଛି ଅଘଟଣ ଘଟିବା ନେଇ ଆଶଙ୍କା କରିଥିଲେ | ତାଙ୍କ ନିଦ ଭାଙ୍ଗି ଯାଇଥିଲା | ସେ ଯେମିତି ଆଖି ଖୋଲିଲେ ଖଟ ତଳେ ଚମକୁଥିବା ୨ଟି ଆଖି ଦେଖିଥିଲେ | ଏହା ଦେଖି ସେ ଭୟରେ ଥରହର ହୋଇଯାଇଥିଲେ |

{"id":97648}


ଭୟରେ ଥରହର ହୋଇ ସେ କୌଣସି ପ୍ରକାରେ ଘରର ଲାଇଟ ଜଳାଇଥିଲେ | ସେ ଦେଖିଲେ ୮ ଫୁଟ ଲମ୍ବର ଏକ କୁମ୍ଭୀର ତାଙ୍କ ଖଟ ତଳେ ଅଛି | ସେ ଘରର କବାଟ ଖୋଲି ବାହାରକୁ ଯାଇ ଗାଁଲୋକଙ୍କୁ ଡାକିଥିଲେ | ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ | ବନ ବିଭାଗ ଅଧିକାରୀ ଏବଂ ଦୟା ଫାଉଣ୍ଡେସନର ସଦସ୍ୟ ଖବରପାଇଁ ଘଟଣାସ୍ଥଳରେ ପହଂଚିଥିଲେ | ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଧରିବା ପାଇଁ ଜାଲ ବିଛାଇଥିଲେ କିନ୍ତୁ କୁମ୍ଭୀର ଖଟ ତଳୁ ଟିକିଏ ହେଲେ ହଲାଇଲା ନଥିଲା |

{"id":97649}


ଦୟା ଫାଉଣ୍ଡେସନର ନୀତେଶ ଚୌହାନ କହିଛନ୍ତି ଯେ, କୁମ୍ଭୀର ନିଜ ଜାଗାରୁ ଟିକିଏ ହେଲେ ହଲଚଲ ହେଉନଥିଲା | ଭଲ ଭାବେ ନିରୀକ୍ଷଣ କରିବାରୁ ଜଣାପଡିଥିଲା ଯେ, କୁମ୍ଭୀର ଗର୍ଭବତୀ ଥିଲା ଏବଂ ତାର ଅଣ୍ଡାଦାନ ସମୟ ହୋଇଯାଇଥିଲା | ସେଥିପାଇଁ ବନ ବିଭାଗ କର୍ମଚାରୀ ସାବଧାନତାର ସହ ଜାଲରେ ପକାଇ ପୁନର୍ବାର ସେହି ପୋଖରୀରେ ଛାଡି ଦେଇଥିଲେ |

{"id":97650}


ସୂଚନାଯୋଗ୍ୟ ଯେ, ଗୁଜରାଟର ମଲାତଜ ଗାଁ କୁମ୍ଭରେ ପାଇଁ ପ୍ରସିଦ୍ଧ | ଏଠାକାର ପୋଖରୀରେ ୨୦୦ରୁ ଅଧିକ କୁମ୍ଭୀର ରୁହନ୍ତି | ସେଠାକାର ଗ୍ରାମବାସୀ କୁମ୍ଭୀରକୁ ପୂଜା କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.