ରୋଷେଇ ଘରୁ ୮ ଫୁଟ ଲମ୍ବର ତମ୍ପ ସାପ ଉଦ୍ଧାର

Published By : Prameya-News7 Bureau | June 22, 2020 IST

ନୀଳଗିରି ୨୨/୬ : ନୀଳଗିରି ଥାନା ଅଧିନସ୍ଥ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମରୁ ୮ ଫୁଟ ଲମ୍ବର ତମ୍ପ ସାପ ଉଦ୍ଧାର କରାଯାଇଛି।ଆଜି ସକାଳ ୭ ଟା ୩୦ମିନିଟ ସମୟରେ ଶ୍ୟାମସୁନ୍ଦରପୁର ଗ୍ରାମର ସୀତାରାମ ଜେନାଙ୍କ ରୋଷେଇ ଘରୁ ଏକ ତମ୍ପ ସାପ ପଶିଯାଇ ଗର୍ଜନ କରୁଥିଲା।

ପରିବାର ଲୋକେ ଗର୍ଜନ ଶୁଣି ଭୟଭୀତ ହୋଇପଡିବା ସହ ସ୍ଥାନୀୟ ବାସିନ୍ଦା ଟୁରିଷ୍ଟ ଗାଇଡ଼ ମନୋରଂଜନ ଦାସ ଙ୍କୁ ଖବର ଦେଇଥିଲେ।ସେ ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରି ପାଖ ଦେବଗିରି ପାହାଡରେ ଛାଡିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.