Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬୩କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୩୫ ବିଦେଶୀ : ୧୦ ଦିନ ପୂର୍ବରୁ ଜାରି କରାଯାଇଥିଲା ଚେତାବନୀ

21/04/2019 at 4:34 PM

କଲମ୍ବୋ ୨୧/୪ : ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ପୁଣି ଆଉ ୨ଟି ଗେଷ୍ଟ ହାଉସରେ ବିସ୍ଫୋରଣ ହୋଇଛି | ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୬୩ କୁ ବୃଦ୍ଧି ପାଇଥିବାବେଳେ ୪୦୦ ରୁ ଅଧିକ ଜଣ ଆହତ ଅଛନ୍ତି | ଦିନ ଦ୍ବିପ୍ରହରରେ ପୁଣି ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି | ୩ଟି ଚର୍ଚ୍ଚ ସମେତ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇ କଲମ୍ବୋର ସ୍ଥିତି ଦୋହଲିଯାଇଛି | ପରିସ୍ଥିତି ଭୟାବହ ହୋଇପଡିଛି | ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଉଦ୍ଧାର କାର୍ଯ୍ୟ ଜାରି ରହିଛି |


ଶ୍ରୀଲଙ୍କା ଇତିହାସରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ | ଆର୍ଥିକ ସୁଧାର ଏବଂ ଲୋକ ବିତରଣ ମନ୍ତ୍ରୀ ହର୍ଷ ଡି ସିଲଭା କହିଛନ୍ତି ଯେ, ବିସ୍ଫୋରଣରେ ୩୫ ବିଦେଶୀ ମଧ୍ୟ ପ୍ରାଣ ହରାଇଛନ୍ତି | ବିସ୍ଫୋରଣ ପାଇଁ ଏବେ ପର୍ଯ୍ୟନ୍ତ କାହାକୁ ଦାୟୀ କରାଯାଇନାହିଁ | ଶ୍ରୀଲଙ୍କାରେ ପୂର୍ବରୁ ଏଲଟିଟିଇ ଅନେକ ଆକ୍ରମଣ କରିଛି | କିନ୍ତୁ ୨୦୦୯ ମସିହାରେ ଏଲଟିଟିଇ ଅଂଟା ଘଟିଥିଲା |


ପୋଲିସ ସୂଚନା ଅନୁଯାୟୀ, କଲମ୍ବୋର ଏଂଥନୀ ଚର୍ଚ୍ଚ, ନୌଗାମ୍ବୋ ଚର୍ଚ୍ଚ ଓ ଵଟ୍ଟିକଲୋବରେ ଚର୍ଚ୍ଚ, ହୋତେ ଏବଂ ଗେଷ୍ଟ ହାଉସରେ ବିସ୍ଫୋରଣ କରାଯାଇଛି | ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି | ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେ ଜରୁରୀକାଳୀନ ବୈଠକ ଡାକିଛନ୍ତି |

ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ କରି କହିଛନ୍ତି, କଲମ୍ବୋରେ ବୋମା ବିସ୍ଫୋରଣ ପରେ ଭାରତୀୟ ଉଚ୍ଚାୟୁକ୍ତ ସହ ଲଗାତାର ସମ୍ପର୍କ କରୁଛନ୍ତି | ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି | ବୋମା ବିସ୍ଫୋରଣ ପରେ ସୁଷମା ସ୍ୱରାଜ ଭାରତୀୟ ନାଗରିକଙ୍କ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି | ଯେକୌଣସି ସହାୟତା ପାଇଁ ଏହି ୨ଟି ନମ୍ବରରେ କଲ କରିପାରିବେ, +୯୪୭୭୭୯୦୨୦୮୨ +୯୪୭୭୨୨୩୪୧୭୬


ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍ଫୋରଣକୁ ନେଇ ତୀବ୍ର ନିନ୍ଦା କରିଛନ୍ତି | ଭାରତ ଶ୍ରୀଲଙ୍କା ଜନତାଙ୍କ ସହ ଅଛି ବୋଲି କହିଛନ୍ତି ମୋଦି | ଦେଶରେ ଏଭଳି ବର୍ବରତା ପାଇଁ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି |

ବିସ୍ଫୋରଣ ସମ୍ପର୍କରେ ୧୦ ଦିନ ପୂର୍ବରୁ ପୋଲିସ ମୁଖ୍ୟ ଚେତାବନୀ ଜାରି କରିଥିଲେ | ସେ କହିଥିଲେ ଯେ, ମୁଖ୍ୟ ଚର୍ଚ୍ଚଗୁଡିକରେ ଆକ୍ରମଣ ହେବାର ସମ୍ଭାବନା ରହିଛି | ପୋଲିସ ମୁଖ୍ୟ ଏନେଇ ଏକ ଗୁପ୍ତ ସୂଚନା ବରିଷ୍ଠ ଅଧିକାରୀଙ୍କୁ ଦେଇଥିଲେ |

ଏକ ବିଦେଶୀ ଗୁପ୍ତ ଏଜେନ୍ସି ସୂଚନା ଅନୁଯାୟୀ, ଏଣ୍ଟିଜେର ମୁଖ୍ୟ ଚର୍ଚ୍ଚ, ଭାରତ ଏବଂ କଲମ୍ବୋ ଉଚ୍ଚ ଆୟୋଗଙ୍କ ଉପରେ ଆତ୍ମଘାତୀ ହମଲା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି | ଏଣ୍ଟିଜେ ଶ୍ରୀଲଙ୍କାର କଠୋରପନ୍ଥୀ ମୁସଲମାନ ସଂଗଠନ | ଗତବର୍ଷ ଏହି ସଂଗଠନ ତମାମ ବୁଦ୍ଧ ମୂର୍ତ୍ତି ଭାଙ୍ଗି ଦେଇଥିଲେ |

   Related Posts