ଆଜି ମଧ୍ୟ ଜୀବୀତ ଅଛନ୍ତି ରାମାୟଣ ଓ ମହାଭାରତ କାଳର ୮ ଦିବ୍ୟ ମହାପୁରୁଷ : ମିଳିଥିଲା ଅମର ବର

Published By : Prameya-News7 Bureau | June 23, 2019 IST

ଭୁବନେଶ୍ୱର ୨୩/୬ : ସଂସାରରେ ଯିଏ ଜନ୍ମ ନିଏ ତାର ମୃତ୍ୟୁ ସୁନିଶ୍ଚିତ । ଏହା ନିରାଟ ସତ୍ୟ । ଏହାକୁ ଆଜି ପର୍ଯ୍ୟନ୍ତ କେହି ବଦଳାଇ ପାରିନାହାନ୍ତି । ସେଥିପାଇଁ ପୃଥିବୀ ଲୋକକୁ ଧାର୍ମିକ ଗ୍ରନ୍ଥ ଅନୁଯାୟୀ ମୃତ୍ୟୁଲୋକ ମଧ୍ୟ କୁହାଯାଇଥାଏ । ମୃତ୍ୟୁକୁ କେହି ଅଟକାଇ ପାରିବେ ନାହିଁ । କିନ୍ତୁ ରାମାୟଣ ଓ ମହାଭାରତ କାଳରୁ କିଛି ଦିବ୍ୟ ମହାପୁରୁଷ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି । କାରଣ ଏହି ଦିବ୍ୟ ମହାପୁରୁଷଙ୍କୁ ଅମର ବର ମିଳିଥିଲା । ଆସନ୍ତୁ ଜାଣିବା ରାମାୟଣ ଓ ମହାଭାରତ କାଳର ୮ଜଣ ଦେହଧାରୀ ମହାପୁରୁଷଙ୍କ ବିଷୟରେ ଯେଉଁମାନେ ଯୁଗ ପରେ ଯୁଗ ବିତିଯାଇଥିବା ସତ୍ୱେ ଜୀବିତ ଅଛନ୍ତି । ହିନ୍ଦୁ ଧର୍ମରେ ଏହି ମାନଙ୍କୁ ଚିରଞ୍ଜିବି ବୋଲି କୁହାଯାଇଛି ।

{"id":126223}

୧. ହନୁମାନ - ଭଗବାନ ରୁଦ୍ରଙ୍କ ଏକାଦଶ ଅବତାର ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କ ମହିମା ସମ୍ପର୍କରେ ଆମେ ସମସ୍ତେ ଜାଣିଛେ । ହନୁମାନ ଆଜି ମଧ୍ୟ ସଶରୀର ଜୀବିତ ଅଛନ୍ତି । ହନୁମାନଙ୍କୁ ଅମର ବର ମିଳିଥିଲା । ସେ ଚିରଞ୍ଜିବୀ ।

{"id":126224}

୨. ଭଗବାନ ପର୍ଶୁରାମ - ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ଭଗବାନ ପର୍ଶୁରାମ ବୋଲି ବିଶ୍ୱାସ ରହିଛି । ସେ ପୃଥିବୀକୁ ୨୧ ଥର ନିକ୍ଷତ୍ରୀୟ କରିଥିଲେ ।  ଭଗବାନ ପର୍ଶୁରାମଙ୍କୁ ମଧ୍ୟ ଅମର ବର ମିଳିଥିଲା ।

{"id":126225}

୩. ଅଶ୍ୱଥାମା - ମହାଭାରତର ବୀର ଯୋଦ୍ଧା ଅଶ୍ୱଥାମା କୌରବ ଓ ପାଣ୍ଡବଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର । ଅଶ୍ୱଥାମା ପରମ ତେଜଶ୍ୱୀ ଥିଲେ । ସେ ନିଜର ଦିବ୍ୟ ଶକ୍ତି ପ୍ରୟୋଗ କରିବାରେ ପାରଙ୍ଗମ ଥିଲେ । ଶାସ୍ତ୍ର ଅନୁଯାୟୀ ଅଶ୍ୱଥାମା ଆଜି ମଧ୍ୟ ଜୀବିତ ଅଛନ୍ତି ।

{"id":126226}

୪. ଋଷି ମାର୍କଣ୍ଡେୟ - ଋଷି ମାର୍କଣ୍ଡେୟ ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ । ସେ ଭଗବାନ ଶିବଙ୍କ ଭକ୍ତି ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ସିଦ୍ଧିରେ ନିଜର ଅଳ୍ପ ଆୟୁକୁ ଟାଳି ଦେଇ ଯୁଗ ଯୁଗାନ୍ତର ପାଇଁ ଚିରଞ୍ଜିବି ହୋଇଗଲେ ।

{"id":126227,"width":576,"height":453}

୫. ବେଦବ୍ୟାସ - ଭଗବାନ ବେଦବ୍ୟାସ ୪ଟି ବେଦ ଋକବେଦ, ଅଥର୍ବବେଦ, ସାମବେଦ ଓ ୟଜୁର୍ବେଦ ସମ୍ପାଦନା କରିଥିଲେ । ସେ ଅଷ୍ଟାଦଶ ପୂରାଣ ରଚନା କରିଥିଲେ । ବେଦବ୍ୟାସ ମଧ୍ୟ ଦିବ୍ୟ ମହାପୁରୁଷଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କୁ ଅମର ବର ମିଳିଥିଲା । କୁହାଯାଏ ସେ ବିଷ୍ଣୁଙ୍କ ଅବତାର । ବ୍ୟାସାୟ ବିଷ୍ଣୁ ରୂପାୟ ବୋଲି ଶାସ୍ତ୍ରରେ ଲେଖା ଅଛି ।

{"id":126228}

୬. ରାଜା ବଳି - ରାଜା ବଳି ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହ୍ଲାଦଙ୍କ ବଂଶଜ ବୋଲି ବିଶ୍ୱାସ କରାଯାଏ । ରାଜା ବଳି ଭଗବାନ ବାମନଙ୍କୁ ନିଜର ସବୁକିଛି ଦାନ କରିଦେଇଥିଲେ । ରାଜା ବଳିଙ୍କ ଦାନରୁ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ତାଙ୍କୁ ଦ୍ୱାରପାଳ କରିବା ପାଇଁ ସ୍ୱୀକାର କରିଥିଲେ । ଶାସ୍ତ୍ର ଅନୁଯାୟୀ ରାଜା ବଳି ଆଜି ମଧ୍ୟ ଜୀବିତ ଅଛନ୍ତି ।

{"id":126229}

୭. ବିଭୀଷଣ – ବିଭୀଷଣ ଲଙ୍କାପତି ରାବଣଙ୍କ ସାନ ଭାଇ । ସେ ରାବଣଙ୍କ ଅଧର୍ମୀ ନୀତିକୁ ସର୍ବଦା ବିରୋଧ କରୁଥିଲେ । ରାମାୟଣ କାଳରେ ଯୁଦ୍ଧ ବେଳେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସହାୟତା କରିଥିଲେ । ବିଭୀଷଣ ମଧ୍ୟ ଚିରଞ୍ଜିବି ମହାପୁରୁଷଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ ।

{"id":126230}

୮. କୃପାଚାର୍ଯ୍ୟ - ମହାଭାରତ କାଳର ତପସ୍ୱୀ ଋଷି କୃପାଚାର୍ଯ୍ୟ କୌରବ ଏବଂ ପାଣ୍ଡବଙ୍କ ଗୁରୁ ଥିଲେ । ପରମ ତପସ୍ୱୀ ହେବା ସହ କୃପାଚାର୍ଯ୍ୟ ଯୁଦ୍ଧ ନୀତିରେ ମଧ୍ୟ ପାରଙ୍ଗମ ଥିଲେ । ହିନ୍ଦୁ ଧର୍ମ ଶାସ୍ତ୍ରରେ କୃପାଚାର୍ଯ୍ୟଙ୍କୁ ଅମର ବୋଲି କୁହାଯାଇଛି । ସେ ଆଜି ମଧ୍ୟ ଜୀବିତ ଅଛନ୍ତି ।

{"id":126231,"width":582,"height":340}

ପୌରାଣିକ ବିଶ୍ୱାସ ଅନୁଯାୟୀ, ରାମାୟଣ ମହାଭାରତ କାଳର ଏହି ସମସ୍ତ ଦିବ୍ୟ ମହାପୁରୁଷ ହଜାର ହଜାର ବର୍ଷ ଧରି ଜୀବିତ ଅଛନ୍ତି । ଏମାନଙ୍କ ସଂଖ୍ୟା ୮ ହୋଇଥିବା ଯୋଗୁଁ ଏମାନଙ୍କୁ ଅଷ୍ଟ ଚିରଞ୍ଜିବି ବୋଲି କୁହାଯାଏ ।

ତେବେ କେଉଁ କେଉଁ ଶାସ୍ତ୍ରରେ ୭ ଜଣଙ୍କୁ ହିଂ ଚିରଂଜୀବୀ ବୋଲି ବର୍ଣ୍ଣନା କରାଯାଇଚି . ସେମାନଙ୍କୁ ସପ୍ତ ଚିରଞ୍ଜୀବୀ ବୋଲି କୁହାଯାଏ । ସପ୍ତ ଚିରଂଜୀବୀ ଶ୍ଳୋକ ହେଲା-

ଅଶ୍ବଥ୍ଥାମା ବଳିର ବ୍ୟାସୋ ହନୁମାନଶ୍ଚ ବିଭୀଷଣଃ

କୃପ ପରଶୁରାମଶ୍ଚ ସପ୍ତଇତି ଚିରଞ୍ଜୀବୀନଃ

{"id":126232}

ବିଦ୍ର - ଉପରେ ଦିଆଯାଇଥିବା ସମସ୍ତ ତଥ୍ୟ ପ୍ରଚଳିତ ବିଶ୍ୱାସ ଆଧାରରେ ସୂଚନାତ୍ମକ ଉଦ୍ଦେଶ୍ୟରେ ଲେଖାଯାଇଛି । ଏହାର ବାସ୍ତବିକତା ଏବଂ ସଠିକତା ଉପରେ କୌଣସି ପ୍ରମାଣ ଦିଆଯାଇନାହିଁ । ଏ ସମ୍ପର୍କରେ ସମସ୍ତ ବ୍ୟକ୍ତିଙ୍କ ଅଲଗା ଅଲଗା ରାୟ ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.