ଘନ କୁହୁଡି ଯୋଗୁଁ ପରସ୍ପରକୁ ଧକ୍କା ଦେଲେ ୫୦ ଗାଡି : ୮ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | December 24, 2018 IST

ରୋହତକ ୨୪/୧୨ : ହରିୟାଣାର ରୋହତକ-ରେବାଡ଼ି ରାଜପଥରେ ସୋମବାର ସକାଳେ ମର୍ମନ୍ଦୁତ ଦୁର୍ଘଟଣା ଘଟିଛି | ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ରାଜରାସ୍ତାରେ କିଛି ଦେଖାଯାଉନଥିଲା | ଯାହାଫଳରେ ୫୦ ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଛି | ଏତିକିବେଳେ ଟ୍ରକ ସହ ଏକ ଜିପର ଧକ୍କା ହୋଇଥିଲା | ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି | ୮ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ଥିଲେ | ଏହାଛଡା ଦୁର୍ଘଟଣାରେ ୩ଜଣ ଗୁରୁତର ଥିବା ଜଣାପଡିଛି | ଗୁରୁତରଙ୍କୁ ସଂଗେ ସାଙ୍ଗ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ମୃତ୍ୟୁ ହୋଇଥିବା ୮ଜଣ ସମ୍ପର୍କୀୟ ବୋଲି ଜଣାପଡିଛି | ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଜିପରେ ଥିବା ୮ଜଣ କିଡ଼ରୋତର ଗାଁର ବାସିନ୍ଦା ଥିଲେ | ଦିଲ୍ଲୀରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯାଇଥିଲା | ସେମାନେ ତାଙ୍କର ସେହି ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ବାଟରେ ଏଭଳି ଦୁର୍ଘଟଣା ହୋଇଥିଲା |

{"id":66818}


ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି | ହରିୟାଣାର କୃଷି ମନ୍ତ୍ରୀ ଓଁ ପ୍ରକାଶ ଧନଖଡ଼ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଝଜ୍ଜର ହସ୍ପିଟାଲରେ ପହଂଚିଥିଲେ | ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ଓଁ ପ୍ରକାଶ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି | ଏହାଛଡା ପ୍ରତ୍ୟେକ ଆହତଙ୍କୁ ଲକ୍ଷେ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି |

{"id":66819}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.