ବିବାହ ଭୋଜି ଚାଲିଥିବା ବେଳେ ମାଡିଗଲା ଟ୍ରକ୍ ; ୮ ମୃତ, ୫ ଗୁରୁତର
11/07/2019 at 2:14 PM

ଲଖିସରଇ ୧୧|୭: ବିହାର ଲଖିସରଇ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ବିବାହ ଭୋଜି ଚାଲିଥିବା ବେଳେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ବିହାର ଲଖିସରଇ ଜିଲ୍ଲା ହଲସିରେ ଦୁଖୀ ମାଂଝୀଙ୍କର ଝିଅ ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା | ବରଯାତ୍ରୀ ଆସିବା ସହ ସମସ୍ତେ ଖାଦ୍ୟ ଖାଇବାରେ ବ୍ୟସ୍ତ ଥିଲେ | ହଠାତ୍ ଏକ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡିଯାଇଥିଲା | ଫଳରେ ଭୋଜି ଖାଉଥିବା ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ଗୁରୁତର ମାନଙ୍କୁ ଲଖିସରଇ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ମୃତକଙ୍କ ମଧ୍ୟରେ ତିନିଜଣ ବରଯାତ୍ରୀ ହୋଇଥିବା ବେଳେ ୫ ଜଣ କନ୍ୟାପକ୍ଷ ବୋଲି ଜଣାପଡିଛି | ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା | ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ | ପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା |