ଫିଲ୍ମ ଫେରିଆକୁ ୮ ବିଭାଗରେ ମିଳିଲା ଷ୍ଟେଟ୍ ଫିଲ୍ମ ଆଓ୍ବାର୍ଡ

Published By : Prameya-News7 Bureau | December 19, 2019 IST

ଭୁବନେଶ୍ୱର୧୯।୧୨ - ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୨୦୧୮ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ । ସୁମା ରିଅଲ ମିଡିଆ ବ୍ୟାନରରେ ପ୍ରସ୍ତୁତ ଫିଲ୍ମ ଫେରିଆକୁ ୮ ବିଭାଗରେ ଷ୍ଟେଟ୍ ଫିଲ୍ମ ଆଓ୍ବାର୍ଡ ମିଳିଛି । କରୁଣାକର ଶ୍ରେଷ୍ଠ ମେଲ ପ୍ଲେବ୍ୟାକ ସିଙ୍ଗର ପୁରସ୍କାର ପାଇଥିବା ବେଳେ ଶାନ୍ତିରାଜ ଖୋସଲା ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ।

ବେଷ୍ଟ ଏଡିଟିଂ ପାଇଁ ଅମରେନ୍ଦ୍ର ମହାପାତ୍ର, ବେଷ୍ଟ କଳା ନିର୍ଦ୍ଦେଶକ ଭାବେ ସଂଗ୍ରାମ ମହାରଣା, ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍ ବାବେ ଶିବାନୀ ଖରା, ବେଷ୍ଟ ଚାଇଲଡ୍ ଆର୍ଟିଷ୍ଟ -ସାର୍ଥକ ହୋତା, ବେଷ୍ଟ କଷ୍ଟ୍ୟୁମ୍ ମ୍ୟାନ୍ ଭାବେ ପ୍ରଶାନ୍ତ ଶତପଥୀ, ଏବଂ କୋରିଆଗ୍ରାଫି ପାଇଁ ମୁନା ବାବୁଙ୍କୁ  ଷ୍ଟେଟ ଫିଲ୍ମ ଆଓ୍ବାର୍ଡ ପ୍ରଦାନ କରାଯାଇଛି । ଭିଜା ମାଟିର ସ୍ବର୍ଗକୁ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ମିଳିଛି ।

ଏହାର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଏହି ଚଳଚିତ୍ରର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ପ୍ରଖ୍ୟାତ କାହାଣୀକାର-ଚିତ୍ରନାଟ୍ୟକାର ତଥା ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.