ଭୟାବହ ଅଗ୍ନିକାଣ୍ଡରେ ୮ମୃତ, ୭ଆହତ

Published By : Prameya-News7 Bureau | January 28, 2020 IST

ଅଲାବାମା ୨୮।୦୧: ଆମେରିକାର ଅଲାବାମା ସହରରେ ଭୟାବହ ଅଗ୍ନିକାଣ୍ଡ । ଅଲାବାମାର ଥିବା ଜାହାଜ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣଙ୍କ ପତ୍ତାମୁଳୁନି । ସେହିପରି ଅଗ୍ନିକାଣ୍ଡ ୭ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଡିପୋରେ ପ୍ରାୟ ୩୫ରୁ ଅଧିକ ଜାହାଜ ଥିଲେ । ଅଚାନକ ଡିପୋରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁର ପରିଣାମ ବଢିବାକୁ ଲାଗିଲା, ପରେ ଡିପୋରେ ଏକ ବିସ୍ଫୋରଣ ହୋଇଥିଲା ।  ଡିପୋରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୮ଜଣଙ୍କ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି । ଅଗ୍ନିକାଣ୍ଡରେ ୭ଜଣ ଆହତ ହୋଇଥିବା ବେଳେ କିଛିଲୋକଙ୍କ ପତ୍ତାମିଳୁନାହିଁ । ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.