Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ମହିଳାଙ୍କୁ ହତ୍ୟା କଲା ୮ଦିନ ଉପବାସ ରଖିଥିବା ସ୍ବାମୀ : ଠାକୁର ଘରୁ ମିଳିଲା ମୃତଦେହ,ନରବଳି ଆଶଙ୍କା

25/10/2020 at 3:22 PM

ଅମ୍ବିକାପୁର ୨୫/୧୦: ନବରାତ୍ରିରେ ୮ଦିନ ଉପବାସ ରଖିବା ପରେ ରାତିରେ ତା ପତ୍ନୀର ଶବ ଠାକୁର ଘରୁ ମିଳିଥିଲା। ପୋଲିସ୍ ଏହାର ଯାଞ୍ଚ କରିବାରୁ ଘଟଣାସ୍ଥଳକୁ ଦେଖି ଲାଗିଥିଲା ଯେ ସ୍ବାମୀ ହିଁ ମହିଳାଙ୍କୁ ନରବଳି ଦେଇଥିବ। ଅଭିଯୁକ୍ତ ଝଡ଼ାଫୁଙ୍କା କାମ କରେ। ଏହି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାର।

ସହରରୁ ଲାଗିଥିବା ଗାଁରେ ଶୁକ୍ରବାର-ଶନିବାର ରାତିରେ ବ୍ୟକ୍ତିଜଣକ ଶାବଳରେ ପତ୍ନୀକୁ ହତ୍ୟା କରିଥିଲା। ଅଭିଯୁକ୍ତ ମୃତ ମହିଳାଙ୍କ ଶରୀରରେ ୧୨ରୁ ଅଧିକ ଥର ଆକ୍ରମଣ କରି ହତ୍ୟା କରିଥିଲା। ପୋଲିସ୍ ଅଭିଯୁକ୍ତକୁ ହେପାଜତକୁ ନେଇଛି। ଘଟଣାସ୍ଥଳକୁ ଦେଖିବା ପରେ ଆଶଙ୍କା କରାଯାଉଛି ଯେ ଅଭିଯୁକ୍ତ ନରବଳି ଦେଇଥିବ। ଅଭିଯୁକ୍ତ ନିଜ ବୟାନ ବାରମ୍ବାର ବଦଳୁଥିଲା। ସେ କହିଥିଲା ଯେ ସେ ପତ୍ନୀର ଚରିତ୍ରକୁ ସନ୍ଦେହ କରୁଥିଲା। ପୋଲିସ୍ ସବୁ ଆଙ୍ଗଲରୁ ମାମଲାର ତଦନ୍ତ କରୁଛି।

ଗତ ରାତିରେ ଅଭିଯୁକ୍ତର ଘରେ କିଛି ଅତିଥି ଆସିଥିଲେ। ରାତିରେ ଖିଆପିଆ ସରିବା ପରେ ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। ସକାଳେ ଯେତେବେଳେ ଅଭିଯୁକ୍ତର ବୋହୂ ଉଠିଥିଲେ ସେତେବେଳେ ତାଙ୍କୁ ଅଭିଯୁକ୍ତ କହିଥିଲା ତାଙ୍କ ଶାଶୁଙ୍କ ଶବ ଠାକୁର ଘରେ ପଡ଼ିଛି।

ଏହାର ସୂଚନା ମିଳିବା ମାତ୍ରେ ସେ ତାଙ୍କ ସ୍ବାମୀଙ୍କୁ ଉଠାଇଥିଲେ ଏବଂ ଗାଁଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚୁରା ଆରମ୍ଭ କରି ଦେଇଥିଲା। ସେ ଗାଁ ଲୋକ ଏବଂ ପୋଲିସ୍ ସାମନାରେ ନିଜ ଦୋଷ ସ୍ବୀକାର କରିଛି।

   Related Posts