Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିଶ୍ବରେ ପୁଣି ଥରେ ଡିଫଥେରିଆ, ମିଳିମିଳା,ଟିଟାନସ,ପୋଲିଓ ଭୟ: ବିପଦରେ ରହିଛି ୮ କୋଟି ଶିଶୁଙ୍କ ଜୀବନ

26/05/2020 at 10:10 PM

ଭୁବନେଶ୍ବର୨୬/୫: ବିପତ୍ତି କେବେ ଏକା ଆସେନି।ସାଥିରେ ନେଇ ଆସେ ଅନେକ ବିପତ୍ତି। କରୋନା ମହାମାରୀ ବିରୋଧରେ ଲଢେଇରେ ବିଶ୍ବ ଫୁଲଦମରେ ଲାଗିଥିବାବେଳେ ଗୁରୁତରଭାବେ ପ୍ରଭାବିତ ହୋଇଛି ଟିକାକରଣ କାର୍ଯ୍ୟକ୍ରମ। ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାରୁ  ବିଶ୍ବରେ ପୁଣି ଥରେ ଡିଫଥେରିଆ,ମିଳିମିଳା,ଟିଟାନସ,ପୋଲିଓର ଭୟ ଦେଖାଦେଇଛି। ୨୭ଟି ଦେଶରେ  ମିଳିମିଳା ଓ ୩୮ଟି ଦେଶରେ ପୋଲିଓ ଟିକାକକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିବାରୁ ୮ କୋଟି ଶିଶୁଙ୍କ ଜୀବନ ପାଇଁ ଦେଖାଦେଇଛି ବିପଦ।

ମାଡି ଚାଲିଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ, ମୁଣ୍ଡ ବି ଗଡୁଛି । ସବୁ ଦେଶ ସେମାନଙ୍କ ସାଧ୍ୟ ଓ ସାଧନ ଜୁଟାଇ ମହାମାରୀ ବିରୋଧରେ ଲଢେଇ ଜାରି ରଖିଛନ୍ତି । ଏହି ମହାମାରୀ ପାଇଁ କିନ୍ତୁ ସାରା ବିଶ୍ବରେ ବିଭିନ୍ନ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି । ଛୋଟ ପିଲାଙ୍କୁ ନିୟମିତ ଟୀକା ଦେବାକୁ ଲୋକେ ଡରୁଛନ୍ତି । ସଂକ୍ରମଣ ଭୟରେ ବାପା ମା ଶିଶୁକୁ ଧରି ଘରୁ ଗୋଡ କାଢିବାକୁ ଉଚିତ ମଣୁ ନାହାଁନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁନିସେଫରରିପୋର୍ଟ କହୁଛି କରୋନା ମହାମାରୀ କାରଣରୁ ଏବେ ବିଶ୍ବରେ ପ୍ରାୟ ୮ କୋଟି ଶିଶୁ ନାନାଦି ଭୟଙ୍କର ବ୍ୟାଧିର ଆକ୍ରାନ୍ତ ହୋଇପାରନ୍ତି । ନିୟମିତ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାରୁ ବିଶ୍ବବ୍ୟାପୀ ୮୦ ମିଲିୟନ ୧ ବର୍ଷରୁ କମ୍ ଶିଶୁ ଡିଫଥେରିଆ, ମିଳିମିଳା, ଟିଟାନସ, ପୋଲିଓରେ ଆକ୍ରାନ୍ତ ହୋଇପାରନ୍ତି ।୨୭ ଦେଶରେ ମିଳିମିଳା ଏବଂ ୩୮ଟି ଦେଶରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।

କରୋନା ମହାମାରୀ ଆରମ୍ଭ ପୂର୍ବରୁ ବିଶ୍ବରେ ମିଳିମିଳା ରୋଗୀଙ୍କ ସଂଖ୍ୟା ବଢୁଥିଲା । ୨୦୧୮ ଏହି ସଂଖ୍ୟା ୧୦ ମିଲିୟନ ରହିଥିବାବେଳେ ମିଳିମିଳା କାରଣରୁ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୦ ହଜାର ଛୁଇଁଥିଲା । କରୋନା ମହାମାରୀ ପାଇଁ ଏବେ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିବାରୁ ବଡ କଷ୍ଟରେ ମିଳିଥିବା ସଫଳତା ଏବେ ହାତଛଡା ହେବାକୁ ବସିଛି । ସେହିପରି ଦି ଗ୍ଲୋବାଲ ପୋଲିଓ ଏରାଡିକେସନ ଇନିସିଏଟିଭର  ତଥ୍ୟ ଅନୁଯାୟୀ  ବିଶ୍ବରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି।

ବେନେଜୁଏଲା, ବାଂଲାଦେଶ ଏବଂ ୟେମେନ ପରି ଦେଶରେ ପୁଣି ଥରେ ପ୍ରାଣଘାତୀ ଡିଫଥେରିଆ ମୁଣ୍ଡ ଟେକିଛି। ଯଦି ଆଉ କିଛି ଦିନ ଧରି କରୋନାର ଏଭଳି ପ୍ରକୋପ ଜାରି ରହେ ଏବଂ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଏ ତେବେ ବିଶ୍ବରେ ନୂଆ ଅଞ୍ଚଳକୁ ଏହି ପୁରୁଣାରୋଗ ଗୁଡିକ କାୟା ମେଲାଇ ପାରନ୍ତି।

ଫାଭିଓ-କରୋନା ମହାମାରୀ ସମୟରେ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ଏକ ବିପଜ୍ଜନକ ନିଷ୍ପତ୍ତି । ଶିଶୁଙ୍କ ଜୀବନ ରକ୍ଷା ପାଇଁ ପୁଣି ଥରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ଜରୁରୀ ହୋଇପଡିଛି ।ଏମିତି ନ ହେଲେ ଗୋଟିଏ ମହାମାରୀ ବଦଳରେ ଆମକୁ କେତେ ଯେ ମହାମାରୀର ବୋଝ ଉଠାଇବାକୁ ପଡିବ ସେନେଇ ଚେତାବନୀ ଦେଇଛନ୍ତି ଇମ୍ୟୁନାଇଜେସନ ଏକ୍ସପର୍ଟ ଓ ଏପିଡେମିଓଲୋଜିଷ୍ଟ। ବ୍ୟୁରୋ ରିପୋର୍ଟ ନ୍ୟୁଜ7

   Related Posts