Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଗଚ୍ଛିତ ବାଣ ବିସ୍ଫୋରଣ, ୮ ଗୁରୁତର ମେଡିକାଲରେ ଭର୍ତ୍ତି

15/03/2020 at 10:45 AM

ବ୍ରହ୍ମପୁର ୧୫।୩: ବାଣ ଫୁଟି ୮ଜଣ ଗୁରୁତର । ଗଞ୍ଜାମ ଧରାକୋଟ ଥାନା କେ. ରାମଚନ୍ଦ୍ରପୁର ଗାଁରେ ଘଟିଛି ଏଭଳି ଅଘଟଣ । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାମଚନ୍ଦ୍ରପୁର ଗାଁରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ମହାଭାରତ ନାଟକ ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟିଥିଲା । ନାଟକ ଚାଲିଥିବା ବେଳେ ଷ୍ଟେଜ ତଳେ ଗଚ୍ଛିତ ଥିବା ବାଣ ଫୁଟି ଯାଇଥିଲା । ଫଳରେ ୮ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ସୂଚନା ମିଳିଛି ।

   Related Posts