Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ହସ୍ପିଟାଲରେ ଅକ୍ସିଜେନ ନାହିଁ, ଚାଲିଗଲା ୮ କରୋନା ଆକ୍ରାନ୍ତଙ୍କ ଜୀବନ

26/04/2021 at 5:10 PM

ମେରଠ ୨୬/୦୪ : ଭାରତରେ କରୋନା ସଂକ୍ରମଣର ଭୟାବହତା ଏବେ ବ୍ୟାପକ ହେବାରେ ଲାଗିଛି । କେଉଁଠି ଅକ୍ସିଜେନ ନାହିଁ ତ କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ । ଗତ କିଛି ଦିନ ହେଲା ଦେଶରେ ଏଭଳି ସ୍ଥିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ହସ୍ପିଟାଲଗୁଡିକରେ ଅକ୍ସିଜେନ ଅଭାବ ଏବେ ସବୁଠାରୁ ବଡ ସବସ୍ୟା ପାଲଟିଛି । ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି ।

ତେବେ ମେରଠରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଅକ୍ସିଜେନ ଅଭାବରୁ ଗତ ୨୪ ଘଣ୍ଟା ମଧ୍ୟରେ ମେରଠର କେଏମସି ହସ୍ପିଟାଲରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯେଉଁ ଗୁରୁତର ରୋଗୀମାନେ ନିଜ ସହିତ ଅକ୍ସିଜେନ ସିଲିଣ୍ଡର ନେଇ ଆସିଥିଲେ କେବଳ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ହସ୍ବିଟାଲ ପକ୍ଷରୁ ସ୍ବଷ୍ଟିକରଣ ଦିଆଯାଇଛି ।

କେଏମସି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋମବାର ସକାଳେ ନୋଟିସ ମଧ୍ୟ ଲଗାଯାଇଥିଲା । ଯେଉଁଥିରେ, ହସ୍ବିଟାଲରେ ଅକ୍ସିଜେନ୍‌ ଶେଷ ହୋଇଯିବା ନେଇ ଉଲ୍ଲେଖ ରହିଛି । ହସ୍ପିଟାଲ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ ଅଛି ଯେ, ‘ଜିଲ୍ଲା ପ୍ରଶାସନ ପକ୍ଷରୁ ଯେତିକି ପରିମାଣର ଅକ୍ସିଜେନ ଯୋଗାଯାଇଥିଲା ସେଥିରେ ରୋଗୀମାନଙ୍କ ଚିକିତ୍ସା କରାଯାଉଛି । ସ୍ଥିତି କେତେ ବେଳେବି ବିଗିଡିପା​‌ରେ । ଅକ୍ସିଜେନ ଶେଷ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି । ରୋଗୀଙ୍କ ପାଇ ଅକ୍ସିଜେନ ନାହିଁ । ତେଣୁ ତୁରନ୍ତ ଏଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ ।’

ଏହା ପୂର୍ବରୁ ମେରଠର ଅନ୍ୟଏକ ହସ୍ପିଟାଲରେ ମଧ୍ୟ ରାତ୍ରିରେ ଅକ୍ସିଜେନ ଶେଷ ହୋଇଯିବାରୁ ୧୬୦ ଜଣ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଅକ୍ସିଜେନ ବ୍ୟବସ୍ଥା କରାଯିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

   Related Posts